ତାଲା ବନ୍ଦ ଛଡେଇ ନେଇ ଗରିବ ଖଟିଖିଆଙ୍କ ଦାନା ପାଣି,୧୩ଦାବି ପୂରଣ ନେଇ ସିପିଆଇଏମ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଭୁବନେଶ୍ୱର ତାଲା ବନ୍ଦ ଛଡେଇ ନେଇଛି ଗରୀବ ଖଟିଖିଆଙ୍କ ଦାନା ପାଣି। ଯାହା ଦ୍ୱାରା ସାଧାରଣ ଜନତା ବହୁବିଧ ସମସ୍ୟା ଦେଇ କାଳାତିପାତ କରୁଛନ୍ତି । ଦାନା ପାଈଁ ସେମାନେ ବାର ଦୁଆର ହାତ ପାତୁଛନ୍ତି।ସାଧାରଣ ବର୍ଗ ଜୀବିକା ହରାଇ ଦୁର୍ଦ୍ଦଶା ରେ ଥିବାବେଳେ ସେମାନଙ୍କ ବଂଚିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଆଜି ସାରା ଦେଶରେ ଭାରତର କମ୍ୟୁନିଷ୍ଟ ପାର୍ଟି(ମାସ୍କ ବାଦୀ) ର ହଜାର ହଜାର କର୍ମୀ ଏକଜୁଟ ହୋଇ ପ୍ରତିବାଦ କରିଛନ୍ତି। ଭୁବନେଶ୍ୱର ରେ ଦଳ ପକ୍ଷରୁ ସି ପି ଆଇ ଏମ ନେତା ପ୍ରଦୀପ୍ତ ନାୟକ, ରାଜ୍ୟ ସମ୍ପାଦକ ମଣ୍ଡଳୀର ସଦସ୍ୟ ସୁରେଶ ପାଣିଗ୍ରାହୀ, ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ସାଲ ମାରାଣ୍ଡି, ବସ୍ତି ବାସିନ୍ଦା ମହାସଙ୍ଗ ନେତା ଜୟଦେବ ନାୟକ ,ଶ୍ରମିକ ନେତା ବସନ୍ତ ସାହୁ ନିଜନିଜର ଅଭିଭାଷଣ ରଖି ସାମାଜିକ ଦୂରତା ମଧ୍ୟରେ ବିଏମସି ଦକ୍ଷିଣ- ପଶ୍ଚିମାଞ୍ଚଳ ଯୁଗ୍ମ କମିଶନର କୁଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୩ ଦଫା ଦାବି ନେଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପ୍ରମୁଖ ଦାବି ମଧ୍ୟରେ ଆୟକର ଦେଉନଥିବା ପରିବାରକୁ ମାସକୁ ୭୫୦୦ କରି ୬ ମାସ ପର୍ଯ୍ୟନ୍ତ ପ୍ରଦାନ କରାଯାଉ ।
ଶ୍ରମିକ ଓ ଖାଟିଖିଆ କୁଁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଦୈନିକ ୩୦୦ ଟଙ୍କା ମଜୁରୀରେ ୨୦୦ କାମ ଦିଆଯାଉ ।
ମୁଣ୍ଡ ପିଛା ୧୦କେଜି ଲେଖାଏଁ ମାଗଣାରେ ଚାଉଳ ଗହମ ଯୋଗାଇ ଦିଆଯାଉ ।
ରେସନ କାର୍ଡ ରୁ ବଞ୍ଚିତ ସମସ୍ତ ପରିବାର କୁଁ ତୁରନ୍ତ ରେସନ କାର୍ଡ ଯୋଗାଇ ଦିଆଯାଉ ।
କୋବିଡ଼ କିଣା ଦୁର୍ନୀତିର ନିରପେକ୍ଷ ତଦନ୍ତ ସହିତ ଓଡିଶା ଫେରିଥିବା ପ୍ରବାସୀ ମାନଙ୍କ ଗାଡ଼ିଭଡ଼ା ଫେରାଇବାକୁ ଦାବି କରାଯାଇଛି । ଏଥି ସହିତ ଭୁବନେଶ୍ୱର ପାତ୍ରପଡା ବସ୍ତି ବାସିନ୍ଦ ପିଇବା ପାଣି ଓ ରାସନ କାର୍ଡ ସମସ୍ୟାର ସମାଧାନ ପାଇଁ କମିଶନର କଂ ସହ ଆଲୋଚନା କରାଯାଇଛି। ଏହିସବୁ ସମସ୍ୟା ଗୁଡିକୁ ଝୁଵ ଶୀଘ୍ର ସମାଧାନ କରାଯିବ ବୋଲି ମଧ୍ୟ କମିଶନର ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।










