ଚୀନ୍ ମୋବାଇଲ କମ୍ପାନୀ ‘ଓପୋ’କୁ ବଡ଼ ଝଟକା, ୫ଜି ସ୍ମାର୍ଟଫୋନ୍ ଲଞ୍ଚିଂ ରଦ୍ଦ
ନୂଆଦିଲ୍ଲୀ:=ଗଲଓ୍ବାନ ଭ୍ୟାଲିରେ ସଂଘର୍ଷ ପରେ ଚୀନକୁ ଏବେ ଲାଗିଛି ବଡ ଝଟକା। ଚୀନ୍ ମୋବାଇଲ ହ୍ୟାଣ୍ଡସେଟ୍ ନିର୍ମାତା କମ୍ପାନୀ ଓପୋ ବୁଧବାର ଦେଶର ବିଭିନ୍ନ ଅଂଶରେ ଚୀନ୍ ଉତ୍ପାଦର ବହିଷ୍କାର କରିବାର ଆହ୍ବାନ ଭିତରେ ଦେଶରେ ନିଜର ପ୍ରମୁଖ ୫ଜି ସ୍ମାର୍ଟଫୋନର ଲଞ୍ଚିଂକୁ ରଦ୍ଦ କରିଦେଇଛି। ଉଲ୍ଲେଖନୀୟ ଯେ, ଭାରତୀୟ ଓ ଚୀନ୍ ସୈନିକଙ୍କ ଭିତରେ ପୂର୍ବ ଲଦାଖର ପେଙ୍ଗୋଙ୍ଗ ତ୍ସୋ ଗଲଓ୍ବାନି ଘାଟି, ଡେମଚୋକ୍ ଓ ଦୌଲତ ବେଗ୍ ଓଲ୍ଡିରେ ଗତିରୋଧ ଜାରି ରହିଛି।ସୋମବାର ରାତିରେ ଲଦାଖର ଗଲଓ୍ବାନ ଘାଟିରେ ଚୀନ୍ ସୈନିକଙ୍କ ସହିତ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୩ ଜଣ ସୈନିକ ନିହତ ହୋଇଥିଲେ। ଏଥିପାଇଁ ଚୀନ୍ ପ୍ରତି ଆକ୍ରୋଶ ରଖି ପ୍ରଦର୍ଶନକାରୀ ଓ କିଛି ବ୍ୟବସାୟୀକ ସଂଗଠନ ଚୀନ ସାମଗ୍ରୀର ବହିଷ୍କାର କରିବାର ଦାବି କରିଛନ୍ତି।‘ଓପୋ’ ଯାହାକି ଭାରତରେ ଶୀର୍ଷ ୫ଟି ସ୍ମାର୍ଟଫୋନ୍ ବିକ୍ରେତାଙ୍କ ଭିତରେ ଥିଲା, ତାହା ବୁଧବାର ୟୁଟ୍ୟୁବ୍ ମାଧ୍ୟମରେ ନିଜର ଫାଇଣ୍ଡ ଏକ୍ସ୨ ସ୍ମାର୍ଟଫୋନ୍ ଲଞ୍ଚକୁ ଲାଇଭକାଷ୍ଟ କରିବ। ତେବେ ପରେ ଲାଇଭକାଷ୍ଟକୁ ରଦ୍ଦ କରିଦିଆଯାଇଥିଲା ଓ କମ୍ପାନୀ ପୂର୍ବରୁ ରେକର୍ଡ କରାଯାଇଥିବା ଭିଡିଓ ଅପଲୋଡ୍ କରିଥିଲା। ଓପୋ ରଦ୍ଦ କରିବାର କାରଣ ପଚାରିବାର ଉତ୍ତର ମିଳିପାରିନି, କିନ୍ତୁ ବିରୋଧ ପ୍ରଦର୍ଶନକୁ ଦେଖି ରଦ୍ଦ କରାଯାଇଛି।










