ରାଜ୍ୟରେ ଆଉ ୧୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:=ରାଜ୍ୟରେ ଆଜି ଆଉ ୧୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରେ ୧୪୬ ଜଣ ରହିଥିବା ବେଳେ ସ୍ଥାନୀୟ ଲୋକ ଅଛନ୍ତି ୨୮ ଜଣ । ଗଂଜାମର ସର୍ବାଧିକ ୫୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରେ ୩୪, ପୁରୀରୁ ୧୬, ଖୋଦ୍ଧ ।ରୁ ୧୦, ଯାଜପୁରରୁ ୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ନବରଙ୍ଗପୁର ଓ କେନ୍ଦ୍ରାପଡାରୁ ୭ ଜଣ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଓ କଳାହାଣ୍ଡିରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରୁ ୫ ଜଣ, କନ୍ଧମାଳ,ଭଦ୍ରକ ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଗଂଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଶହ, ଖୋର୍ଦ୍ଧାରେ ୪ଶହ ଓ ପୁରୀର ୨ଶହ ଅତିକ୍ରମ କରିଛି ।ଏବେ ରାଜ୍ୟରେ ମୋଟ୍ ୩୦୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୦୧ ରହିଛି। ଅପରପକ୍ଷରେ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *