ସହିଦ ୨୦ ଯବାନଙ୍କ ମଧ୍ୟରେ ୨ ଓଡିଆ,କନ୍ଧମାଳର ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ମୟୂରଭଂଜର ଜଣେ ଯବାନ

ନୂଆଦିଲ୍ଲୀ –ଭାରତ ଚୀନ ସୀମା ଗଲୱାନ ଘାଟୀରେ ୧୫ରାତିରେ ହୋଇଥିବା ଉତେଜନାରେ ସହିଦ ହୋଇଥିବା ୨୦ଯବାନଙ୍କ ମଧ୍ୟରେ ଓଡ଼ିଶାର ୨ଜଣ ଯବାନ ଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ରାଇକିଆ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ଭାରତ ଚୀନ୍ ସୀମାରେ ସହିଦ ହୋଇଛନ୍ତି । ସେହିପରି ମୟୂରଭଂଜ ରାଇରଙ୍ଗପୁର ମଧ୍ୟ ଜଣେ ଯବାନ ଭାରତ ଚୀନ୍ ସୀମା ଗଲୱାନ ଘାଟିରେ କାର୍ଯ୍ୟରତ ଥିବା ବେଳେ ସହିଦ ହୋଇଥିବା ସୂଚନା ମିଳିଛି ।

ଭାରତ-ଚୀନ୍ ସୀମାରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ୧୫ ତାରିଖ ରାତିରେ ପୂର୍ବ ଲଦାଖ ସୀମାରେ ଭାରତୀୟ ସୀମାରେ ବଳପୂର୍ବକ ପଶି ଆସିଥିବା ବେଳେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି । ଆଉ ଏହି ଘଟଣାରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏବେ ମିଳିଥିବା ସୂଚନା ଅନୁସାରେ ଭାରତ-ଚୀନ ସେନା ମୁହାଁମୁହିଁରେ ଚୀନ୍ ସେନାର କମାଣ୍ଡିଂ ଅଫିସରଙ୍କ ମୃତ୍ୟୁ ହୋଇଛି । ଏବଂ ଚୀନ୍ ଏୟାର ଆମ୍ବୁଲାନ୍ସ ଯୋଗେ ମୃତଦେହ ନେଉଥିବା ସୂଚନା ମିଳିଛି । ଅନ୍ୟପଟେ ଚୀନର ୪୩ ଜଣ ଯବାନ ମୃତାହତ ହୋଇଥିବା ସୂଚନା ମିଳିଥିବା ବେଳେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ତେବେ ସୀମାରୁ ଏୟାର ଆମ୍ବୁଲାନ୍ସ ଜରିଆରେ ଚୀନ୍ ମୃତଦେହ ନେଉଥିବା ସୂଚନା ମିଳିଛି । ସୀମା ସ୍ଥିତିକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସଂ, ସିଡିଏସ ଓ ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କରୁଛନ୍ତି । ଭାରତୀୟ ସେନା ଦେଇଥିବା ସୂଚନା ଅନୁସାରେ-୧୫ ତାରିଖ ରାତିରେ ଉଭୟ ସେନା ମୁହାଁମୁହିଁ ହୋଇଥିଲେ । ତେବେ ପୁରା ଘଟଣାରେ ୨୦ ଜଣ ଯବାନ ସହିଦ ହୋଇଛନ୍ତି । ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଉତରାଖଣ୍ଡ ଓ ଲଦାଖରେ ଆଇଟିବିପିକୁ ଆଲର୍ଟ କରାଯାଇଛି । ସୀମା ଓ ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ଭାରତ ବଦ୍ଧ ପରିକର ବୋଲି ସେନା ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ଭାରତ-ଚୀନ ଉତେଜନା ଭିତରେ ପ୍ରାୟ ୪ ଦଶନ୍ଧୀ ପରେ ଏଭଳି ହିଂସାକାଣ୍ଡ ଘଟିଛି ଯେଉଁଥିରେ ଯବାନ ସହିଦ ହୋଇଛନ୍ତି । ତେବେ ଭାରତ ନିଜର ସୀମା ଓ ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ପ୍ରତିବନ୍ଧ ରହିଛି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ।

ସେପଟେ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି- ସୋମବାର ଦିନ ଭାରତୀୟ ଯବାନମାନେ ବେଆଇନ ଭାବେ ଦୁଇ ଦୁଇ ଥର ଚୀନ୍ ସୀମାରେ ପ୍ରବେଶ କରିଥିଲେ । ଏବଂ ଚୀନ୍ ସେନାର ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଭାରତୀୟ ଯବାନଙ୍କୁ ରୋକିବାକୁ ଯାଇ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସୃଷ୍ଟି ହୋଇଥିବା ଉତେଜନାକୁ ଶାନ୍ତ କରିବା ପାଇଁ ଉଭୟ ଦେଶ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ।

Leave a Reply

Your email address will not be published. Required fields are marked *