ଫୁଟାଣି ପରେ ପଛକୁ ହଟିଲା ଚୀନ , କହିଲା ଭାରତ ଶକ୍ତିଶାଳୀ ପଡ଼ୋଶୀ

ନୂଆଦିଲ୍ଲୀ – ପୂର୍ବ ଲଦ୍ଦାଖରେ ଭାରତ ସହ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପରେ ଚୀନ୍‌ର ଫୁଟାଣି କମିଲା । ସଂଘର୍ଷକୁ ଆଉ ଆଗକୁ ନନେଇ ପରିସ୍ଥିତିକୁ ଆୟତ୍ତ କରିବାକୁ ଉପାୟ ଚିନ୍ତା କଲା ।  ଏନେଇ ଚାଇନିଜ୍‌ ଷ୍ଟେଟ୍‌ କାଉନସିଲର ଓ ବିଦେଶ ମନ୍ତ୍ରୀ ୱାଙ୍ଗ ଇ ବୁଧବାର ଭାରତୀୟ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ।  ଉଭୟ ପକ୍ଷ  ଗଲୱାନ ଘାଟୀରେ ଚୀନ୍‌ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ଗୁରୁତର ସଂଘର୍ଷକୁ ଶାନ୍ତ କରିବା ପାଇଁ  ସହମତି ବ୍ୟକ୍ତ କରିଛନ୍ତି ଏବଂ ସ୍ଥିତିକୁ ଥଣ୍ଡା କରିବା ପାଇଁ  ନିଜର ସୈନ୍ୟ ଲିଡରଙ୍କୁ ଡାକି ସହମତି ଦେଇଛି ଚୀନ୍‌ ।

ଗଲୱାନ ଘାଟୀରେ ତାଜା ସଂଘର୍ଷ ଅବଶୋସ ଜନକ । ଏହି ଭଳି ସଂଘର୍ଷ ବାରମ୍ୱାର କେମିତି ନହେବ ଏବଂ ଏପରି ସ୍ଥିତିକୁ ଆଉ ଆଗକୁ ନବଢ଼ାଇ ରୋକାଯାଇ ପାରିବ , ଏହା ଚୀନ-ଭାରତ ସମ୍ୱନ୍ଧ ପାଇଁ ସବୁଠୁ ବଡ଼ ପରୀକ୍ଷା ହୋଇଯାଇଛି ।

ୱାଙ୍ଗ ଦର୍ଶାଇଛନ୍ତି ଯେ , ଭାରତ ଜାଣିଶୁଣି  ଏମିତି ପରିସ୍ଥିତି ସୃଷ୍ଟି କରିଛି ଏବଂ ପ୍ରଥମେ ହିଂସାତ୍ମକ ଆକ୍ରମଣ ଆରମ୍ଭ କରିଥିଲା । ଆଶା କରାଯାଉଛି ଯେ ଭାରତ ଆଉ ତାର ଏପରି ଭାବନାରେ ଲିପ୍ତ ରହିବ ନାହିଁ, କିନ୍ତୁ ଚୀନ୍‌ର ଆଭିମୁଖ୍ୟକୁ ବୁଝିପାରିଛି ଭାରତ।

ଆହୁରି ମଧ୍ୟ କହିଛନ୍ତି , ଚୀନ୍‌କୁ ବାସ୍ତବ ଦୃଷ୍ଟିରେ ଭାରତ ଦେଖିବା ଉଚିତ୍। ଏକ ସ୍ଥିର ଜାତୀୟ ରଣନୀତି ବଜାୟ ରଖିବା ଏବଂ ଚୀନ୍-ଭାରତ ସୀମାର ସ୍ଥିରତା ବଜାୟ ରଖିବା ପାଇଁ ଏହା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତୀୟ ସମାଜ ହୃଦୟଙ୍ଗମ କରିବା ଆବଶ୍ୟକ ଯେ ଚୀନ୍ ଭାରତ ସହ ବନ୍ଧୁତା ପ୍ରତି ପ୍ରତିବଦ୍ଧ ଏବଂ ଭାରତକୁ ଏକ ଶକ୍ତିଶାଳୀ ପଡ଼ୋଶୀ ତଥା ଆଞ୍ଚଳିକ ଶକ୍ତି ଭାବରେ ସମ୍ମାନ କରେ। ଭାରତ ପ୍ରତି ଚୀନ୍‌ର ମୌଳିକ ନୀତି ହେଉଛି ଚୀନ୍-ଭାରତ ସମ୍ପର୍କ ଏବଂ ସୀମା ଅଞ୍ଚଳକୁ ସ୍ଥିର ରଖିବା। ଇତି ମଧ୍ୟରେ, ଚୀନ୍ ଏହାର ଆଞ୍ଚଳିକ ସାର୍ବଭୌମତ୍ୱକୁ ଦୃଢ଼ ଭାବରେ ରକ୍ଷା କରୁଛି।

Leave a Reply

Your email address will not be published. Required fields are marked *