ମହାଙ୍ଗା ପଡ଼ିଲା ମହିଳାଙ୍କୁ ଧମକ ଓ ପ୍ରେମ ନିବେଦନ , କଣ୍ଟ୍ରୋଲ ରୁମ୍ ASI ହେଲେ ସସ୍‌ପେଣ୍ଡ

ଭୁବନେଶ୍ବର:= ମହାଙ୍ଗା ପଡ଼ିଲା ମହିଳାଙ୍କୁ ଧମକ ଓ ପ୍ରେମ ନିବେଦନ କରିବା । କଣ୍ଟ୍ରୋଲ ରୁମ୍ ASI ହେଲେ ସସ୍‌ପେଣ୍ଡ। ସଂପୃକ୍ତ ମହିଳାଙ୍କ ଅଭିଯୋଗ କ୍ରମେ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ଆଇଜି ASI ଙ୍କୁ ସସ୍‌ପେଣ୍ଡ କରିଛନ୍ତି।

ଏହି ASI ଓ ମହିଳାଙ୍କ ମଧ୍ୟରେ ସଂପର୍କ ଆରମ୍ଭ ହୋଇଥିଲା ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ । ଚିହ୍ନାପରିଚୟ ଭିତରେ ଏହି ବ୍ୟକ୍ତିଙ୍କର ବ୍ୟବହାର ମହିଳାଙ୍କୁ ଠିକ୍‌ ଲାଗିନଥିଲା । ସେ ସଂପର୍କ ଛିନ୍ନ କରିଦେଲେ । ହେଲେ ବ୍ୟକ୍ତି ଜଣଙ୍କ ତାଙ୍କୁ ସୋସିଆଲ ମିଡ଼ିଆରେ ହଇରାଲ କରିବା ଆରମ୍ଭ କରିଦେଇଥିଲେ । ଯାହାକି ମହିଳା ଜଣଙ୍କ ଅଭିଯୋଗ କରି କହିଥିଲେ ।

ସୂଚନା ମୁତାବକ ,  ଏହି ଏଏସ୍‌ଆଇ ଟିକ୍‌ଟକ୍‌ ଭିଡିଓ ମଧ୍ୟ କରନ୍ତି। ପୁଲିସ ଅଧିକାରୀ ଜଣକ ଏବେ କୋଭିଡ୍ କଣ୍ଟ୍ରୋଲ ରୁମରେ କାମ କରୁଥିବା ବେଳେ ଫୋନରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ନେଇ ଯୁବତୀ ଜଣକ ଭୁବନେଶ୍ବର ମହିଳା ଥାନାରେ ଅଭିଯେୋଗ କରିଥିଲେ।

ପୂର୍ବରୁ କଟକର ଦୁଇ ଦୁଇଟି ଥାନାରେ ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ତଥାପି ପୁଲିସ୍‌ ଉପରେ ଭରଷା କରି ପୁଣି ଥାନାରେ ଅଭିଯୋଗ କରି ନ୍ୟାୟ ପାଇଁ ମହିଳା ଜଣକ ଆସିଥିଲେ। ସେପଟେ ଅଭିଯୋଗ ପାଇବା ପରେ ଏହି ASIଙ୍କୁ  ସସ୍‌ପେଣ୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *