ବାଘ ଛାଲ ଡିଲର ଭିଡିଓ ଭାଇରାଲ : ଗୁଳିପରେ ନିଜେ ସମିତି ସଭ୍ୟ ବାଘ ଦେହରୁ ଉତାରୁଛନ୍ତି ଛାଲ ;

ରଣପୁର;= ରଣପୁର ବ୍ଲକ  ବନ୍ଧମୁଣ୍ଡା ପଂଚାୟତର ସମିତିସଭ୍ୟ ଲକ୍ଷୀଧର ନାୟକଙ୍କ ବେଆଇନ କାରବାରର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି । ଏହି କାରବାରରେ କେବଳ ଲକ୍ଷୀଧର ନୁହନ୍ତି , ଆହୁରି କିଛି ବ୍ୟକ୍ତି ଥିବା  ଜଣାଯାଇଛି ।  ଏପିରିକି ସମିତିସଭ୍ୟ  ବାଘକୁ ମାରିବା ପରେ ତା ଦେହରୁ  ଛାଲ ଉତାରୁଥିବାର ଏକ ଫଟୋ ଭାଇରାଲ ହୋଇଛି ।  ଏହି ସମୟରେ ଅନ୍ୟଦୁଇଜଣ ବ୍ୟକ୍ତି  ତାଙ୍କୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।  ସମିତି ସଭ୍ୟ ତଥା  ଗିରଫ ଅଭିଯୁ୍କ୍ତ ଲକ୍ଷ୍ମୀଧରଙ୍କ ପଂଚାୟତ ବନ୍ଧମୁଣ୍ଡା  ତଥା ଗାଁ ଜାମୁଗଣ୍ଡ ସଂରକ୍ଷିତ ଜଙ୍ଗଲ ନିକଟବର୍ତୀ । ଏହା ରଣପୁରର ଏକ ଅଗମ୍ୟ ଅଂଚଳ ।  ଏଠାରେ ହାତୀଠାରୁ  ଆରମ୍ଭ କରି ଅନ୍ୟ ବନ୍ୟଜନ୍ତୁ  ରହୁଛନ୍ତି ।  ଏହି ପଂଚାୟତକୁ  ପ୍ରବେଶ ପାଇଁ ଚେକପୋଷ୍ଟ ରହିଛି ।  ବନବିଭାଗର କର୍ମଚାରୀ ଏଠାରେ ନିୟୋଜିତ ଅଛନ୍ତି ।ତେଣୁ ଏଠାରେ କିଭଳି ବାଘକୁ ହତ୍ୟା କରାଗଲା, ବନବିଭାଗ କିଭଳି ଜାଣପାରିଲାନି ତାହା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଯଦି ଅନ୍ୟ ଅଂଚଳରୁ ବାଘ ଶୀକାର କରି ଏହି ଅଂଚଳକୁ ଅଣାଗଲା, ତାହାହେଲେ  ବନବିଭାଗ କର୍ମଚାରୀ ଜାଣିପାରିଲେ ନାହିଁ କିଭଳି ।  ଏସଟିଏଫ,  ଲକ୍ଷୀଧରଙ୍କ ନିକଟରୁ ଦୁଇଟି ବାଘ ଛାଲ ଜବତ କରିବା ପରେ  ଅସୁରକୁମାରୀ ଜଙ୍ଗଲରେ ବାଘ ମୃତ୍ୟୁ ଘଟଣା ସହିତ  ତାଙ୍କ ଲିଙ୍କ୍ ଥିବା ଚର୍ଚ୍ଚାକୁ ଆସିଛି ।  ଗୋଟିଏ ସପ୍ତାହ ମଧ୍ୟରେ  ଦଶପଲ୍ଲା ଓ ରଣପୁର ଅଂଚଳରୁ  ୩ ବେପାରୀ ଗିରଫ ହେବା ସହ  ବାଘ ଛାଲ ଓ ହରିଣ ଛାଲ ଜବତ ହେବା ଘଟଣା  ବନ୍ୟଜନ୍ତୁଙ୍କ ଜୀବନ ଆଶଙ୍କାରେ ଥିବା ସ୍ପଷ୍ଟ କରୁଛି ।

Leave a Reply

Your email address will not be published. Required fields are marked *