ସୁଶାନ୍ତଙ୍କର ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଅଣନିଶ୍ବାସୀ ହେବାଦ୍ବାରା ମୃତ୍ୟୁ
ମୁମ୍ବାଇ;=ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତକାଲି ମୁମ୍ବାଇର ବାନ୍ଦ୍ରାରେ ଥିବା ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟାର କାରଣ ଜଣାପହିନାହିଁ, କିନ୍ତୁ ମୁମ୍ବାଇ ପୋଲିସର କହିବା ଅନୁସାରେ ଘର ଭିତରୁ ଏଭଳି କିଛି ଔଷଧ ମିଳିଥିଲା, ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ, ସେ ଗତ କିଛି ମାସ ହେବ ଡିପ୍ରେସନରେ ଥିଲେ ଓ ଚିକିତ୍ସା କରୁଥିଲେ। ଏହା ଭିତରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଯାଇଛି। ତାଙ୍କର ମୃତ୍ୟୁ ଅଣନିଶ୍ବାସୀ ହେବାଦ୍ବାରା ହୋଇଛି ବୋଲି କୁହାଯାଉଛି। ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନ ୪ଟା ବେଳେ କରାଯିବ। ପରିବାର ଲୋକ ଓ କିଛି ବନ୍ଧୁ ଏହି ସମୟରେ ଉପସ୍ଥିତ ରହିବେ।
ସୁଶାନ୍ତଙ୍କ ବାପା ଓ ପରିବାରର କିଛି ସଦସ୍ୟ ବିହାରର ପାଟନାରୁ ମୁମ୍ବାଇ ଆସିଛନ୍ତି। ଏହି ସମୟରେ ତାଙ୍କ ସହିତ ନିରଜ କୁମାର ବବଲୁ(ବିଜେପି ବିଧାୟକ) ରହିବେ। ନୀରଜ ହେଉଛନ୍ତି ସୁଶାନ୍ତ ଦାଦା ପୁଅ ଭାଇ।
ସୁଶାନ୍ତଙ୍କ ବାପା ପାଟାନାରେ ଥିବା ଘରେ ରୁହନ୍ତି। ତାଙ୍କର କେୟାର ଟେକର ହେଉଛନ୍ତି ଲକ୍ଷ୍ମୀ ଦେବୀ। ସୁଶାନ୍ତ ଶେଷ ଥର ପାଇଁ ଲକ୍ଷ୍ମୀଙ୍କୁ ଫୋନ୍ କରି କହିଥିଲେ, ପ୍ଳିଜ ମୋ ବାପାଙ୍କୁ କରୋନା ଭାଇରସଠାରୁ ଦୂରେଇକି ରଖିବ, ତାଙ୍କର ସବୁବେଳେ ଯତ୍ନ ନେଉଥିବ। ଏଥର ପାଟନା ଗଲେ ବାପାଙ୍କୁ କୌଣସି ପାହାଡିଆ ଅଞ୍ଚଳକୁ ବୁଲାଇ ନେବି।’ ତେବେ ସୁଶାନ୍ତଙ୍କ ଏହି ସବୁ ଆଶା ଅଧାରେ ରହିଗଲା।










