ସୁଶାନ୍ତ ସିଂହ ରାଜପୁତଙ୍କ ୫୦ ସ୍ବପ୍ନ: ଟ୍ବିଟର ପେଜରେ ଏବେବି ଅଛି,କ’ଣ ସବୁ ରହିଗଲା ଅଧୁରା

ମୁମ୍ବାଇ;=ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ରବିବାର (ଜୁନ୍ ୧୪)ରେ ବାନ୍ଦ୍ରା ସ୍ଥିତ ନିଜ ଆପାର୍ଟମେଣ୍ଟରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ମାତ୍ର ୩୪ବର୍ଷ ବୟସ ହୋଇଥିଲା। ଏବେ ସୁଦ୍ଧା ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ସାମନାକୁ ଆସିନାହିଁ। କିନ୍ତୁ ମୁମ୍ବାଇ ପୋଲିସର କହିବା ଅନୁସାରେ ତାଙ୍କ ଫ୍ଲାଟରୁ କିଛି ଔଷଧ ମିଳିଛି,ଯେଉଁଥିରୁ ଲାଗୁଛି ଯେ ସେ ଗତ କିଛି ମାସ ହେଲା ଡିପ୍ରେସନରେ ଥିଲେ। ତାଙ୍କ ଘରୁ କୌଣସି ସନ୍ଦେହଜନକ ଜିନିଷ ଜବତ ହୋଇନାହିଁ। ସୁଶାନ୍ତଙ୍କ ଅନେକ ସ୍ବପ୍ନ ଥିଲା ଯାହାକୁ ସେ ପୂରା କରିବାକୁ ଚାହୁଁଥିଲେ। ସେ ସୋସିଆଲ୍ ମିଡିଆରେ ତାଙ୍କ ଇଚ୍ଛାର ତାଲିକା ସେୟାର କରିଥିଲେ ଯାହାକୁ ସେ ନିଜ ଜୀବନରେ ପୂରା କରିବାକୁ ଚାହୁଁଥିଲେ।ସୁଶାନ୍ତ ବିମାନ ଉଡ଼ାଇବାଠୁ ଆରମ୍ଭ କରି,ନେତ୍ରହୀନ ଲୋକଙ୍କୁ କମ୍ପ୍ୟୁଟର କୋଡିଂ ଶିଖାଇବାକୁ ଚାହୁଁଥିଲେ। ସେ ଲମ୍ବୋଗିନି ଗାଡ଼ି କିଣିବାକୁ ଚାହୁଁଥିଲେ। ଏହା ବ୍ୟତୀତ ସେ ପରିବେଶ ପାଇଁ ମଧ୍ୟ ଯୋଗଦାନ ଦେବାକୁ ଚାହୁଁଥିଲେ ଏବଂ ୧୦୦୦ ଗଛ ଲଗାଇବାକୁ ପ୍ରସ୍ତୁତି କରୁଥିଲେ। ସେ ତାଙ୍କ ତାଲିକାରେ ଟ୍ରେନରେ ୟୁରୋପ ଟ୍ରାଭେଲ୍ କରିବା ମଧ୍ୟ ଲେଖିଥିଲେ। ଡିଫେନ୍ସ ଫୋର୍ସ ପାଇଁ ଛାତ୍ରଙ୍କୁ ପ୍ରସ୍ତୁତ କରାଇବାକୁ ଚାହୁଁଥିଲେ,ମହିଳାଙ୍କୁ ଆତ୍ମସୁରକ୍ଷାର ଟ୍ରେନିଂ ଦେବା ଏବଂ କ୍ରିୟା ଯୋଗ ଶିଖାଇବା ଭଳି ଅନେକ ଜିନିଷ କରିବାକୁ ଚାହୁଁଥିଲେ।ସୁଶାନ୍ତ ତାଙ୍କର କେତେ ସ୍ବପ୍ନକୁ ଅଧୁରା ଛାଡ଼ି ଚାଲିଗଲେ। ସୁଶାନ୍ତ ଶେଷ ଥର ଫିଲ୍ମ ‘ଛିଛୋରେ’ରେ ନଜର ଆସିଥିଲେ। ଫିଲ୍ମକୁ କ୍ରିଟିକ୍ସ ଏବଂ ଦର୍ଶକଙ୍କଠୁ ଖୁବ୍ ଭଲ ରେସପନ୍ସ ମିଳିଥିଲା।

Leave a Reply

Your email address will not be published. Required fields are marked *