ଆଇଜି ଅମିତାଭ୍ ଠାକୁର: ବାହାଘରରେ ବହୁତ ନାଚିଥିଲେ,
ଭୁବନେଶ୍ୱର;=ବଲିଉଡ୍ ଷ୍ଟାର୍ ସୁଶାନ୍ତ ସିଂ ରାଜପୁତ୍ଙ୍କ ଅଚାନକ୍ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛନ୍ତି ଆଇଜି ଅମିତାଭ ଠାକୁର । ସୁଶାନ୍ତ ତାଙ୍କର ସମ୍ପର୍କିୟ ଶାଳକ ଥିଲା । ଏକଥା ସେ ଟୁଇଟ୍ ଯୋଗେ ପ୍ରକାଶ କରିଛନ୍ତି । ତାଙ୍କୁ ଏକ ଗଭୀର ଝଟ୍କା ଲାଗିଥିବା ଜଣାଇଛନ୍ତି ।
୧୯୯୮ ବ୍ୟାଚ୍ର ଆଇପିଏସ୍ ଅଫିସର୍ ଅମିତାଭ୍ ତାଙ୍କ ଟ୍ୱିଟ୍ ପେଜ୍ରେ ଆଜି ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ କିଶୋରାବସ୍ଥାର ସୁଶାନ୍ତ ଓ ତିନି ଭଉଣୀଙ୍କ ସହ ସେ ଏକ ସୋଫାରେ ବସିଛନ୍ତି । ଫଟୋ ଉଠାଇବା ବେଳେ ବେଶ୍ ହସଖୁସିର ମାହୋଲ ଥିବା ଫଟୋଚିତ୍ରରୁ ବାରି ହୋଇପଡୁଛି । ଏହି ଫଟୋକୁ ମନେ ପକାଇ ଅମିତାଭ ଟ୍ୱିଟ୍ କରିଛନ୍ତି, ଏଇ କିଛି ଦିନ ତଳେ ଆମେ ଫୋନ୍ରେ କଥା ହୋଇଥିଲୁ । ବିଶ୍ୱାସ ହେଉନି । ମୁଁ ଆଶ୍ଚର୍ଯ୍ୟ । କହିବାକୁ କିଛି ଶଦ୍ଦ ନାହିଁ । ତମେ ମୋ ବାହାଘର ବେଳେ ସବୁଠୁ ଅଧିକା ନାଚି ଥିଲ । ଏମିତି କେମିତି ତମେ ଏତେ ବଡ଼ ନିଷ୍ପତ୍ତି ହଠାତ୍ ନେଇଗଲ?
ସୁଶାନ୍ତଙ୍କ ଏମିତି ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିବାକୁ ନାରାଜ ଅମିତାଭ । ସୁଶାନ୍ତଙ୍କ ଦେହାନ୍ତଙ୍କୁ ନେଇ ଅନ୍ୟ ବ୍ୟକ୍ତିବିଶେଷଙ୍କ ଟୁଇଟର ପୋଷ୍ଟକୁ ନେଇ ଅମିତାଭ୍ ରି ଟୁଇଟ୍ କରିଛନ୍ତି । କ୍ରିକେଟ୍ ଷ୍ଟାର୍ ବିରେନ୍ଦ୍ର ସେହ୍ୱାଗ ଓ ଫିଲ୍ମ ନିର୍ମାତା ନୀଳମାଧବ ପଣ୍ଡାଙ୍କ ଏଭଳି ପୋଷ୍ଟରେ ସେ ଗଭୀର ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।










