ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ବିୟୋଗରେ କ୍ରୀଡ଼ା ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,;ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ ରବିବାର ଆତ୍ମହତ୍ୟା କରିଛନ୍ତି । ସେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଆଡିସନାଲ କମିଶନର ଅଫ୍‌ ପୁଲିସ୍‌ ମନୋଜ ଶର୍ମା ସୂଚନା ଦେଇଛନ୍ତି । ତାଙ୍କ ବିୟୋଗରେ କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଯାଇଛି ।ସୁଶାନ୍ତ ଭାରତର ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍‌ ‘ଏମ୍‌ଏସ୍‌ ଧୋନି: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ରେ ଧୋନିଙ୍କ ଭୂମିକା ତୁଲାଇ କ୍ରିକେଟ୍‌ପ୍ରେମୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଧୋନିଙ୍କ ଚରିତ୍ରକୁ ଜୀବନ୍ତ ରୂପ ଦେଇ ପ୍ରଶଂସା ସାଉଁଟିଥିଲେ । ଜଣେ ପୁଅ, ଭାଇ, ବନ୍ଧୁ, ପ୍ରେମିକ, ସଂଘର୍ଷରତ କ୍ରିକେଟର, ଅଧିନାୟକ, ସଫଳ କ୍ରିକେଟର ଏବଂ ବିଶ୍ୱ ବିଜେତା ଅଧିନାୟକଙ୍କର କାହାଣୀ ଅଭିନୟ ମାଧ୍ୟମରେ କହିଥିଲେ । ତାଙ୍କୁ ଚଳଚ୍ଚିତ୍ର ଜଗତର ‘ରିଲ୍‌ ଧୋନି’ ମଧ୍ୟ କୁହାଯାଉଥିଲା । ତାଙ୍କ ଆତ୍ମହତ୍ୟା ଘଟଣା କ୍ରିକେଟ୍‌ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସମେତ ଅନେକ କ୍ରିକେଟର ଶୋକ ପ୍ରକାଶ କରିଛନ୍ତି ।ସଚିନ ଟୁଇଟ୍‌ କରିଛନ୍ତି, ଯୁବ ଓ ପ୍ରତିଭାଶାଳୀ ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖଦାୟକ । ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ମୋର ସମବେଦନା ।’କୋହଲି ଉଲ୍ଲେଖ କରିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ଖବର ମୋତେ ଚକିତ କରିଛି । ଏହାକୁ ହଜମ କରିବା କଷ୍ଟକର । ଭଗବାନ ତାଙ୍କ ପରିବାର ସଦସ୍ୟଙ୍କୁ ଏଭଳି ଦୁଃଖଦାୟକ ପରିସ୍ଥିତିର ସାମ୍ନା କରିବାର ଶକ୍ତି ଦିଅନ୍ତୁ ।’ବୀରେନ୍ଦ୍ର ସେହ୍ୱାଗ ଲେଖିଛନ୍ତି, ଜୀବନ ବହୁତ ସୁକ୍ଷ୍ମ ଅଟେ । କିଏ କେଉଁ ସ୍ଥିତିରେ ଅଛନ୍ତି ଆମକୁ ଜଣାନାହିଁ । ଓମ୍‌ ଶାନ୍ତି ।’
ରୋହିତ ଶର୍ମା ଲେଖିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ । ଏଭଳି ଘଟିଥିବା ଭାବି ପାରୁନି । ଜଣେ ପ୍ରତିଭାଶାଳୀ ଅଭିନେତା ଥିଲେ ।’

ବୀରେନ୍ଦ୍ର ସେହ୍ୱାଗ ଲେଖିଛନ୍ତି, ଜୀବନ ବହୁତ ସୁକ୍ଷ୍ମ ଅଟେ । କିଏ କେଉଁ ସ୍ଥିତିରେ ଅଛନ୍ତି ଆମକୁ ଜଣାନାହିଁ । ଓମ୍‌ ଶାନ୍ତି ।’
ରୋହିତ ଶର୍ମା ଲେଖିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ । ଏଭଳି ଘଟିଥିବା ଭାବି ପାରୁନି । ଜଣେ ପ୍ରତିଭାଶାଳୀ ଅଭିନେତା ଥିଲେ ।’

ଶିଖର ଧାୱନ ଲେଖିଛନ୍ତି, ଆଶ୍ଚର୍ଯ୍ୟ, ବିଶ୍ୱାସଯୋଗ୍ୟ ନୁହେଁ । ତାଙ୍କ ପରିବାରବର୍ଗଙ୍କୁ ମୋର ସମବେଦନା ।’
ମହମ୍ମଦ କୈଫ୍‌ ଲେଖିଛନ୍ତି, ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପାଇ ଚକିତ ହୋଇଯାଇଛି । ଭାବି ପାରୁନି, କେମିତି ଜଣେ ଏଭଳି ଯାଇ ପାରିବ ।’

ସାଇନା ନେହୱାଲ୍‌ ଲେଖିଛନ୍ତି, ବହୁତ ଶୀଘ୍ର ଚାଲିଗଲ । ଆଶ୍ଚର୍ଯ୍ୟ ଲାଗୁଛି, ତୁମ ଭଳି ଜଣେ ପ୍ରତିଭାଶାଳୀ ଅଭିନେତା ଏବଂ ଭଲ ମଣିଷକୁ ହରାଇଛୁ । ସ୍କ୍ରିନ୍‌ରେ ତୁମକୁ ସମସ୍ତେ ମିସ୍‌ କରିବେ ।’

ମହିଳା ଟେନିସ୍‌ ତାରକା ସାନିଆ ମିର୍ଜା ଲେଖିଛନ୍ତି, ସୁଶାନ୍ତ ତୁମେ କହିଥିଲ, ଆମେ ସାଥି ହୋଇ ଟେନିସ୍‌ ଖେଳିବା । ତୁମେ ବହୁତ ଖୁସିର ଥିଲ । ସମସ୍ତଙ୍କୁ ଖୁସି ବାଣ୍ଟୁଥିଲ । ଆମେ ଜାଣିପାରିଲୁନି, ତୁମ ଭିତରେ ଏତେ ଦୁଃଖ ଥିଲା । ତୁମକୁ ସମସ୍ତେ ମିସ୍‌ କରିବେ । ଲେଖିବା ବେଳେ ହାତ ଥରିଯାଉଛି ।

’ହାର୍ଦ୍ଦିକ ପାଣ୍ଡ୍ୟା ଲେଖିଛନ୍ତି, ଅତ୍ୟନ୍ତ ଦୁଃଖଦାୟକ ଖବର । ସୁଶାନ୍ତଙ୍କୁ ମୁଁ ଅନେକ ଥର ଭେଟିଥିଲି । ସେ ଜଣେ ଭଲ ମଣିଷ ଥିଲେ । ତାଙ୍କ ପାଇଁ ମୋ ଆତ୍ମା କାନ୍ଦୁଛି । ଶୋକସନ୍ତପ ପରିବାରବର୍ଗଙ୍କୁ ମୋର ସମବେଦନା ।’
ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଦଳ ଚେନ୍ନାଇ ସୁପର କିଙ୍ଗ୍‌ସ୍‌ ଅଫିସିଆଲ୍‌ ଟ୍ୱିଟରରେ ‘ଏମ୍‌ଏସ୍‌ ଧୋନି: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ ଚଳଚ୍ଚିତ୍ରର ଏକ ଫଟୋ ପୋଷ୍ଟ କରାଯାଇଛି । ଯେଉଁଥିରେ, ସୁଶାନ୍ତ (ଧୋନିଙ୍କ ଭୂମିକାରେ) ରେଲୱେ ଷ୍ଟେସନ୍‌ରେ ବସିଛନ୍ତି । ଫଟୋରେ ଉଲ୍ଲେଖ ରହିଛି, ଏଭଳି ଶେଷ ହେବ ବୋଲି କେହି କେବେ ଭାବିନଥିବେ ।’

Leave a Reply

Your email address will not be published. Required fields are marked *