ଲକ୍ସରି କାର୍ ଏବଂ ବାଇକ୍ ର ସୌକିନ ଥିଲେ ସୁଶାନ୍ତ ସିଂହ ରାଜପୁତ

ମୁମ୍ବାଇ ;= ସୁଶାନ୍ତ ସିଂହ ରାଜପୁତ ଏକମାତ୍ର ଅଭିନେତା ଥିଲେ,ଯିଏ ୨୦୧୮ମସିହାରେ ଜହ୍ନରେ ମଧ୍ୟ ଯାଗା କିଣିଥିଲେ। ତାଙ୍କର ଏହି ପ୍ଲାଣ୍ଟ୍ ‘ସି ଅଫ୍ ମସକୋବି’ରେ ରହିଛି। ସେ ଏହି ପ୍ଲାଣ୍ଟରେ ନଜର ରଖିବା ପାଇଁ ଏକ ଦୂରବୀକ୍ଷଣ ଯନ୍ତ୍ର କିଣିଥିଲେ। ସୁଶାନ୍ତ ଇଣ୍ଟରନ୍ୟାସନାଲ୍ ଲୁନାର୍ ଲ୍ୟାଣ୍ଡସ୍ ରେଜିଷ୍ଟ୍ରିରୁ ଜାଗା କିଣିଥିଲେ। ୨୦୧୮ମସିହା ଜୁନ୍ ୨୫ତାରିଖରେ ସେ ଏହି ପ୍ରପର୍ଟି ନିଜ ନାଁରେ କରାଇ ଥିଲେ। ଏଥିରେ ମଧ୍ୟ ଅନେକ ଆନ୍ତର୍ଜାତୀୟ ସନ୍ଧି ରହିଛି,ଯାହା ଅନୁସାରେ ଏହାକୁ ଆଇନଗତ ମାଲିକାନା ଅଧିକାର ବୋଲି ଗଣାଯିବ ନାହିଁ କାରଣ ପୃଥିବୀଠୁ ବାହାରର କୌଣସି ବସ୍ତୁ ଉପରେ ଗୋଟିଏ ଦେଶର ଅଧିଗ୍ରହଣ ରହିବ ନାହିଁ।ସୁଶାନ୍ତଙ୍କ କାର୍ କଲେକ୍ସନରେ ମସେରାଟି କ୍ବାଟ୍ରୋପୋର୍ଟି(ମୂଲ୍ୟ ୧.୫କୋଟି) ଭଳି ଲକ୍ସରୀ କାର୍ ରହିଛି। ବିଏମଡବ୍ଲ୍ୟୁ K1300R ବାଇକ୍ ମଧ୍ୟ ଥିଲା। ୧୭୦ ବିଏଚପି ପାଓ୍ବାର୍ ଜେନେରେଟ୍ କରୁଥିବା ୨୫ଲକ୍ଷର ରହିଛି। ସୁଶାନ୍ତ ଏକ ସାକ୍ଷାତକାରରେ କହିଥିଲେ ଯେ ସଂଘର୍ଷ ଦିନରେ ସେ ୬ଜଣଙ୍କ ସହ ରୁମ୍ ସେୟାର କରୁଥିଲେ। ଏହି ସମୟରେ ତାଙ୍କୁ ଗୋଟିଏ ନାଟକ ପାଇଁ ୨୫୦ଟଙ୍କା ମିଳୁଥିଲା। ସୁଶାନ୍ତ ବେଳେବେଳେ ଫିଲ୍ମରେ ହିରୋ-ହିରୋଇନଙ୍କ ପଛରେ ଏକ୍ସଟ୍ରା ଡ୍ୟାନ୍ସର ଭାବେ ମଧ୍ୟ କାମ କରୁଥିଲେ।ଦିନେ ମୁମ୍ବାଇର ମାଲାଡରେ ସ୍ଥିତ ୨ ବିଏଚକେ ଆପାର୍ଟମେଣ୍ଟରେ ରହୁଥିବା ସୁଶାନ୍ତ ୨୦୧୫ମସିହାରେ ପାଲି ହିଲରେ ଏକ ପେଣ୍ଟହାଉସ୍ କିଣିଥିଲେ। ଏଥିପାଇଁ ସେ ୨୦କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ସୁଶାନ୍ତ ‘ଏମଏସ ଧୋନି’ ଏବଂ ‘କେଦାରନାଥ’ ଭଳି ହିଟ୍ ଫିଲ୍ମ ଦେଇଥିଲେ। ଆମୀର ଖାନଙ୍କ ‘ପିକେ’ରେ ମଧ୍ୟ ତାଙ୍କ କାମର ପ୍ରଶଂସା ହୋଇଥିଲା। ବର୍ତ୍ତମାନ ସୁଶାନ୍ତ ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୫ରୁ ୭କୋଟି ଟଙ୍କା ନେଉଥିଲେ।

Leave a Reply

Your email address will not be published. Required fields are marked *