ଦେବଦୂତ ସାଜିଲେ ଫାୟାର ବ୍ରିଗେଡ୍‌ ଟିମ୍‌, ଭାସିଯାଉଥିବା ନାବାଳକକୁ କଲେ ଉଦ୍ଧାର

ବଣାଇ;=ହଠାତ ନାଳରେ ପାଣି ଆସିଯିବାରୁ ଭାସିଗଲେ ଜଣେ ନାବାଳକ । ସୁନ୍ଦରଗଡ ବଣେଇରେ ଘଟଣା । ତେବେ ସୌଭାଗ୍ୟ କ୍ରମେ ତାଙ୍କୁ ଫାୟାର ବ୍ରିଗେଡ଼ ଟିମ ଉଦ୍ଧାର କରିଛି ।ରବିବାର ଅପରାହ୍ନରେ ସୁନ୍ଦରଗଡ଼ ଜିଲ୍ଲାର କେ.ବଳଙ୍ଗା ଥାନା କମାରପୋଷରେ ଥିବା ପାହାଡ଼ ପାଖ ନାଳରେ କିଛି ଯୁବକ ଗାଧୋଉଥିଲେ । ଏହି ସମୟରେ ପାହାଡ଼ ଉପରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ଫ୍ଲାସ ଫ୍ଲଡ଼ ସୃଷ୍ଟି ହୋଇ ନାଳରେ ହଠାତ ପାଣି ଆସିଯିବା ଫଳରେ ସମସ୍ତେ ଭାସି ଯାଇଥିଲେ । ଯୁବକ ମାନେ କୌଣସି ଉପାୟରେ ପହଁରି କୂଳକୁ ଫେରି ଆସିଥିଲେ । କିନ୍ତୁ ଜଣେ ନାବାଳକ ଭାସିଯାଇଥିଲେ । ସୌଭାଗ୍ୟ ବଶତଃ ନାଳ ମଝିରେ ଥିବା ଏକ ବୁଦାକୁ ଧରି ନାବାଳକ ଜଣକ ଅଟକି ଯାଇଥିଲେ । ସଂଗେ ସଂଗେ ସ୍ଥାନୀୟ ଲୋକେ ଫାୟାର ବ୍ରିଗେଡ଼କୁ ଖବର ଦେଇଥିଲେ । ଫାୟାର ଟିମ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଥିଲେ ।

Leave a Reply

Your email address will not be published. Required fields are marked *