ସିସୋର ଚିଟଫଣ୍ଡ ମାମଲାରେ ସିବିଆଇ ପୁଣି ଫେରିବା ନେଇ ଚର୍ଚ୍ଚା, ଶୁଭଙ୍କରଙ୍କୁ ଜେରା ଖବର ପଛରେ ବିରାଟ ଷଡ଼ଯନ୍ତ୍ର, ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ କିଛି କୁଚକ୍ରିଙ୍କ ଯୋଜନ

ଭୁବନେଶ୍ୱର;- ରବିବାର ସକାଳୁ ଦୁଇଟି ନିର୍ଦ୍ଧିଷ୍ଟ ଖବର କାଗଜରେ ପୁଣି ସିବିଆଇ ଫେରିଲା ବୋଲି ଖବର ପ୍ରକାଶ ପାଇଲା । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଲା। ହେଲେ ସମୟ ଗଡ଼ିବା ପରେ ଜଣା ପଡିଲା ଜଣା ପଡ଼ିଲା ଏହି ଖବରର କୌଣସି ସତ୍ୟାସତ ନାହିଁ। କାରଣ ସୋମବାର ଏହି ଦୁଇ ପେପରରୁ ସିବିଆଇ ଖବର ଗାଏଵ ହୋଇଗଲା। ଅଗିରାକୁ ବାଣ ମାରିବା ପରି ଖବରଟି ପ୍ରଚାରିତ କରାଯାଇଥିଲା। ହେଲେ ଦୁଃଖର କଥା ମେଣ୍ଢାଦଳ ପରି ପ୍ରତିଯୋଗୀତା କରି ଅନ୍ୟ କେତେକ ଇଲୋଟ୍ରୋନିକ ଗଣମାଧ୍ୟମ ଏହି ଖବରକୁ ପ୍ରସାରଣ କଲେ। ହେଲେ ନା ଅଛି ସିବିଆଇ ଅଧିକାରୀଙ୍କ ମତାମତ ନା ଅଛି ଜେରାର ସମୁଖୀନ ହୋଇଥିବା ଶୁଭଙ୍କରଙ୍କ ପ୍ରତିକ୍ରିୟା । କେବଳ ଗୁଲି ଗପ ପରୀ ଖବର ପ୍ରସାରଣ କେଲେ। ଯାହାକୁ ନେଇ ରାଜ୍ୟର ଲୋକମାନେ ଦ୍ଵନ୍ଦରେ ରହିଲେ। ହେଲେ ଯାଞ୍ଚ ପରେ ଜଣା ପଡ଼ିଲା ଖବର ପଛରେ ହୋଇଛି ବିରାଟ ଷଡ଼ଯନ୍ତ୍ର। କିଛି ରାଜ ନେତା ଏବଂ କେତେକ ସାମ୍ବାଦିକ ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଏକ ଷଡ଼ଯନ୍ତ୍ର କରିଛନ୍ତି। ଖବରକୁ ସତ ରୂପେ ପ୍ରମାଣ କରିବା ପାଇଁ ଦୁଇ ପ୍ରମୁଖ ଖବର କାଗଜ କୁହା କୁହି ହୋଇ ଖବର କରିଛନ୍ତି। ହେଲେ ଏହି ଖବର ନା ଅଛି ଜେରାର ସମୟ ନା ଅଛି ଅନ୍ୟ ଜେରାର ସମୁଖୀନ ହୋଇଥିବା  ଆଇପିଏସ ଓ ଆଇଏଏସଙ୍କ ନାମ। ଯାହା ମନକୁ ଆସିଛି ତାହା ଗୁଳି ଗପ କରି ଖବର ଛାପିଛନ୍ତି ।ଖବର ପଛରେ କିଛି ଠୋସ ପ୍ରମାଣ ନାହିଁ।
କୋଭିଡ ମୁକାବିଲା ସମୟରେ ରାଜ୍ୟ ସରକାର ସଫଳ ସହ ମୁକାବିଲା କରି ସାଧାରଣ ଲୋକଙ୍କ ଠାରୁ ପ୍ରଶଂସିତ ହେଉଛନ୍ତି। ହେଲେ ଏହାକୁ କିଛି ବରୋଧୀ ସହ୍ୟ କରି ପାରୁନାହାଁନ୍ତି। ସମାନେ ରାଜ୍ୟର ଲୋକଙ୍କ ମାଇଣ୍ଡ ଡାଇଭଟ ପାଇଁ ଏଭଳି କରାଯାଇଛି। ଲୋକେ ସରକାରଙ୍କ ସଫଳତାକୁ ନ ଦେଖି କେବଳ ସିବିଆଇ ଖବରକୁ ଅଧିକ ଚର୍ଚ୍ଚା କରିବେ। କିନ୍ତୁ ଏହି କୁଚକ୍ରିଙ୍କ କାରନାମା ଧରାପକେଇ ଦେଲେ ଜଣେ ସିବିଆଇ ଅଧିକାରୀ ଏବଂ ଶୁଭଙ୍କର।
ସିବିଆଇ ଅଧିକାରୀ ଜଣଙ୍କ କହିଛନ୍ତି ଯେ, କୋଭିଡ ସମୟରେ କାହାରୀଙ୍କୁ ଜେରା ପାଇଁ ଡକା ଯାଉନାହିଁ। ହେଲେ ଚିଟଫଣ୍ଡ ମାମଲାରେ ଅନ୍ତିମ ଚାର୍ଜସିଟ ପାଇଁ ଆବଶ୍ୟକ ପଡ଼ିଲେ ଆମେ ଶୁଭଙ୍କରଙ୍କୁ ଡାକି କିଛି ତଥ୍ୟ ହାସଲ କରୁଛୁ।ହେଲେ ଏବେ ତାଙ୍କୁ ପଚରାଉଚରା କରାଯାଇନାହିଁ। ହେଲେ ଗୋଟେ କଥା କହିବି,ଆମେ ରାଜ୍ୟ ସରକାରଙ୍କୁ କିଛି ତଥ୍ୟ ମାଗିଛୁ । ସେମାନେ ଏକ ନିର୍ଦ୍ଦିଷ୍ଟ ଖବରକାଗଜର ସମ୍ପର୍କରେ ସୂଚନା ଓ ଲୋକ ସମ୍ପର୍କ ବିଭଗକୁ ତଥ୍ୟ ମଗାଯାଇଛି। ସେମାନେ କେତେ ଟଙ୍କାର ବିଜ୍ଞାପନ ନେଇଛନ୍ତି ତାହାର ତଥ୍ୟ ଦେବାକୁ କୁହାଯାଇଛି। ଏହା ଛଡା ଆଉ କିଛି ତଥ୍ୟ ନାହୁଁ।
ହେଲେ ଶୁଭଙ୍କରଙ୍କୁ ଜେରା ନେଇ ଯେଉଁ ମିଥ୍ୟା ଖବର ପ୍ରକାଶ ପାଇଛି ସେଥିନେଇ ମାନସିକ ଦୁଶ୍ଚିନ୍ତାରେ ରହିଛନ୍ତି ଶୁଭଙ୍କର। ସେ ଜେରା ଖବରକୁ ଖଣ୍ଡନ କରିବା ସହ ସେ କହିଛନ୍ତି ଯେ, ମୁଁ ସିବିଆଇକୁ ତଦନ୍ତରେ ସହଯୋଗ କରୁଛି। ଆଗକୁ ମଧ୍ୟ କରିବି। ହେଲେ କୋଟରେ ମାମଲା ଥିବାରୁ ସିବିଆଇ ମୋତେ ଜେରା ପାଇଁ କାହିଁକି ଡାକିବ। ନା ମୋ ପାଖକୁ ଆସିଛି କୌଣସି ନୋଟିସ କି ମୋ ଓକିଲଙ୍କ ପାଖକୁ। କିଛି କୁଚକ୍ରି ସାମ୍ବାଦିଙ୍କ ମୋତେ ପୁଣି ଏହି ମାମଲାରେ ବିବାଦକୁ ଆଣିବା ପାଇ ଏକ ଷଡ଼ଯନ୍ତ୍ର କରିଛନ୍ତି। କିନ୍ତୁ ସେଥି ସେମାନେ ସଫଳ ହେବେ ନାହିଁ।
ପ୍ରକାଶଯୋଗ୍ୟ, ଶୁଭଙ୍କର 2017ରେ ହାଇକୋଟରୁ ସର୍ତ୍ତମୂଳକ ଜାମିନ ପାଇଛନ୍ତି। ସେ 2014 ନଭେମ୍ବର ମାସରେ ସି ସୋର ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଝାରପଡା ଜେଲ ଯାଇଥିଲେ।

Leave a Reply

Your email address will not be published. Required fields are marked *