ଚୀନ୍‌କୁ ପୁଣି ଫେରିଲା କରୋନା,୫୩ ନୂଆ ମାମଲା ପରେ ଲକଡାଉନ୍

ବେଜିଂ:- ଚୀନ୍‌ ଉପରେ ପୁଣି ଘନେଇଛି କରୋନା ଭାଇରସ ବିପଦ । ୫୬ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛନ୍ତି। ସେପଟେ କରୋନା ଭାଇରସ୍ ଦ୍ୱିତୀୟ ଲହରକୁ ନେଇ ଦେଶରେ ଆତଙ୍କ ଖେଳିଯାଇଛି।  ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜଧାନୀର ପ୍ରମୁଖ ସି ଫୁଡ, ଫଳ ଓ ପନିପରିବା ବଜାର ସିନଫଡି ମାର୍କେଟ୍‌କୁ ବନ୍ଦ କରାଯାଇଛି। ଅଧିକାଂଶ ସଂକ୍ରମିତ ଏହି ବଜାରରେ କାମ କରନ୍ତି ନଚେତ ବଜାରକୁ କିଣାକିଣି ଲାଗି ଆସି ସଂକ୍ରମିତ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିଲା।ମିଳିଥିବା ସୂଚନା ଅନୁସାରେ କୋଭିଡ-୧୯ ସଂକ୍ରମଣର ପୁଣି ସୂଚନା ପରେ ସରକାର ବଜାରକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଥିବା ବେଳେ ଅନ୍ୟ ୫ଟି ବଜାରକୁ ଆଂଶିକ ଅଥବା ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି। ଏହା ଛଡା ଏହି ସବୁ ବଜାର ଅଞ୍ଚଳକୁ ଲାଗି ରହିଥିବା ଆବାସିୟ କ୍ଷେତ୍ର ଓ ବିଦ୍ୟାଳୟ ଲକଡାଉନ୍ କରିଦିଆଯାଇଛି। ଫଳରେ ୧୧ଟି ଆବାସୀୟ ଅଞ୍ଚଳ ଓ ୯ଟି ସ୍କୁଲ ଲକଡାଉନ୍‌ ହୋଇଯାଇଛି।ବେଜିଂର ସିନଫଡି ସି ଫୁଡ୍ ମାର୍କେଟ୍ ୧୧୨ ହେକ୍ଟର ଅଞ୍ଚଳ ଉପରେ ବ୍ୟାପ୍ତ ରହିଛି ଓ ଏଠାରେ ୧୫ଶହ ପରିଚାଳକଙ୍କ ସମେତ ଅନୁନ୍ୟ ୫ହଜାର ଲୋକେ କାମ କରନ୍ତି। ସାଲମନ ମାଛରୁ ଏଠାରେ କରୋନା ଭାଇରସ୍ ବ୍ୟାପୁଥିବାର ଲୋକେ ଆଶଙ୍କା କରୁଛନ୍ତି। ଏଣୁ ନୂଆ ସଂକ୍ରମଣ ନେଇ ପ୍ରଚାରିତ ହେବା ପରେ ମୁଖ୍ୟ ସୁପରମାର୍କେଟ୍‌ରେ ମାଛ ବିକ୍ରି ବନ୍ଦ ହୋଇଯାଇଛି। ସେହିପରି ବଜାରରେ ବ୍ୟବସାୟ ଓ କାମ କରୁଥିବା ଲୋକଙ୍କ ଯାଞ୍ଚ ଆରମ୍ଭ କରିଦିଆଯାଇଛି।କିଛି ସମୟ ପୂର୍ବରୁ କରୋନା ଭାଇରସ୍ ସଂକ୍ରମଣକୁ  ସଫଳ ଆୟତ୍ତ କରିଥିବାର ଚୀନ ଦାବି କରିବା ସହ ବାଣିଜ୍ୟ ବ୍ୟବସାୟ ସ୍ୱଭାବିକ ହୋଇଥିଲା। ତେବେ ଏହି ଘୋଷଣାର ମାତ୍ରକିଛି ସପ୍ତାହ ପରେ ପୁଣି କରୋନା ସଂକ୍ରମଣ ବଢିବା ଚିନ୍ତାର କାରଣ ପାଲଟିଛି।

Leave a Reply

Your email address will not be published. Required fields are marked *