ବାହୁବଳୀ ଫେମ୍ ରମ୍ୟା କୃଷ୍ଣନଙ୍କ କାରରୁ ଜବତ ହେଲା ୧୦୪ ମଦ ବୋତଲ, ଡ୍ରାଇଭର ଗିରଫ

ନୂଆଦିଲ୍ଲୀ:-ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତ୍ରୀ ତଥା ବାହୁବଳୀ ଫେମ୍ ରମ୍ୟା କୃଷ୍ଣନ ସର୍ବଦା ଖରାପ କାରଣ ଯୋଗୁଁ ବିବାଦ ଘେରରେ ରହି ଆସିଛନ୍ତି। ଏହି କ୍ରମରେ ଶୁକ୍ରବାର ଚେନ୍ନାଇ ପୋଲିସ ତାଙ୍କ କାରରୁ ୧୦୦ରୁ ଅଧିକ ମଦ ବୋତଲ ଜବତ କରିଛି। ମଦ ବୋତଲ ଜବତ ସହିତ ତାଙ୍କ ଡ୍ରାଇଭର ସେଲଭା କୁମାରଙ୍କୁ ଗିରଫ ମଧ୍ୟ କରିଛି। ମିଡିଆ ରିପୋର୍ଟ ଅନୂଯାୟୀ ଯେଉଁ ସମୟରେ ପୋଲିସ ଯାଞ୍ଚ କରୁଥିଲା ସେହି ସମୟରେ ରମ୍ୟା କାରରେ ଥିଲେ।  ତାଙ୍କ ସହିତ ତାଙ୍କ ଭଉଣୀ  ବିନୟା କୃଷ୍ଣାନ ମଧ୍ୟ ଥିଲେ।

ସୂଚନା ଅନୁଯାୟୀ ରମ୍ୟା କୃଷ୍ଣନ ନିଜର ଭଉଣୀ ଓ ଡ୍ରାଇଭରଙ୍କ ସହ ମମଲାପୁରମରୁ ଚେନ୍ନାଇ ଯାଉଥିଲେ। ଏହି ସମୟରେ ଚେନ୍ନାଇ ପୋଲିସ ଚେକପୋଷ୍ଟରେ ତାଙ୍କ କାରକୁ ଅଟକାଇ ତଲାସି ନେଇଥିଲେ। ଏହି ସମୟରେ ୧୦୪ ମଦ ବୋତଲ ଜବତ ହୋଇଥିଲା। ଏହା ପରେ ରମ୍ୟା ଓ ତାଙ୍କ ଡ୍ରାଇଭରକୁ ପୋଲିସ ଅଟକ ରଖିଥିଲା।

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ପୋଲିସ ମହାବଳୀପୁରମରୁ ଚେନ୍ନାଇ ଯାଉଥିବା ରମ୍ୟା କୃଷ୍ଣନଙ୍କ କାରକୁ ଅଟକାଇଥିଲେ। ଯେତେବେଳେ ପୋଲିସ କାର ଯାଞ୍ଚ କରିବାକୁ କହିଥିଲେ, ରାମ୍ୟା ଚୁପଚାପ୍ ରାଜି ହୋଇଥିଲେ। ଯାଞ୍ଚ ସମୟରେ କାରରୁ ପ୍ରାୟ ୧୦୪ ମଦ  ବୋତଲ ଜବତ ହୋଇଥିଲା। ଏଥିରେ ୮ ଟି ହାର୍ଡ ମଦ ମଧ୍ୟ ସାମିଲ। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କାରଣରୁ ପୋଲିସ ଅଭିନେତ୍ରୀଙ୍କୁ ଏବଂ ତାଙ୍କ କାର ଡ୍ରାଇଭରକୁ ଅଟକ ରଖିଥିଲା।

Leave a Reply

Your email address will not be published. Required fields are marked *