କ୍ୱାରେଣ୍ଟାଇନରେ ବ୍ରହ୍ମଗିରି ଥାନା ଆଇଆଇସିଙ୍କ ସମେତ ୧୫ ପୋଲିସ କର୍ମଚାରୀ

ବ୍ରହ୍ମଗିରି:-ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କ୍ୱାରେଣ୍ଟାଇନରେ । ଏହି ଥାନାର ଆଇଆଇସିଙ୍କ ସମେତ ୧୫ଜଣ ପୋଲିସ କର୍ମଚାରୀ  କ୍ୱାରେଣ୍ଟାଇନରେ ରହିବେ । ପୋଲିସ କର୍ମଚାରୀମାନେ ଜଣେ କରୋନା ପଜିଟିଭ୍ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା କାରଣରୁ ଏବେ ସମସ୍ତଙ୍କୁ  କ୍ୱାରେଣ୍ଟାଇନରେ ପଠାଯାଇଛି ।

ସୂଚନାନୁସାରେ, ଗତ ୯ ତାରିଖରେ ବ୍ରହ୍ନଗିରି ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।୧୧ ତାରିଖରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ତାଙ୍କଠାରେ କରୋନା ଲକ୍ଷଣ ଥିବାରୁ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲା ।

ଅଭିଯୁକ୍ତଙ୍କ ଟେଷ୍ଟ ରିପୋର୍ଟ ଶନିବାର ପଜିଟିଭ୍ ଆସିଛି । ରିପୋର୍ଟ ଆସିବା ପରେ ଥାନା ଆଇଆଇସିଙ୍କ ସମେତ ୧୩ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ଯିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *