ପୋଲିସର ଦବଙ୍ଗଗିରି : ମହିଳାଙ୍କୁ ବାଇକରେ ବାନ୍ଧି ଘୋଷାଡ଼ିନେଲେ,

ନୈରାବୀ :- ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡି ଭାଇରାଲ ହୋଇଛି | ଭିଡିଓରେ କେନିୟା ପୋଲିସର ଅତ୍ୟନ୍ତ କୃର ରୂପ ଦେଖିବାକୁ ମିଳିଛି  ଜଣେ ପୋଲିସକର୍ମୀ ଜଣେ ମହିଳାଙ୍କୁ ବାଇକରେ ରଶିରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି | କେହି ଜଣେ ଏହି ଘଟଣାର ଭିଡିଓ ସୁଟିଂ କରିଦେଇଥିଲେ ଏବଂ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଇଥିଲେ | ଭିଡିଓ ଭାଇରାଲ ହେବାପରେ ଏହି ଘଟଣାକୁ ନିନ୍ଦା କରାଯାଇଛି | ମାମଲା ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚିବା ପରେ ୩ ପୋଲିସକର୍ମୀଙ୍କୁ ଗିରଫ କରାଯାଇଛି |

ଡ଼ିସିଆଇ କେନିୟାର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଳରୁ ଜୁନ ୧୧ ତାରିଖରେ ଏକ ଟ୍ୱିଟ କରାଯାଇଥିଲା | କୁରେସିଆ ଦକ୍ଷିଣ ସବ-କାଉଣ୍ଟିରେ ଜଣେ ମହିଳାଙ୍କୁ ବାଇକରେ ବାନ୍ଧି ଘୋଷାଡ଼ି ନିଆଯାଇଛି | ଘଟଣାର ଭିଡିଓ ଭାଇରାଲ ହେବାପରେ ୩ ଜଣ ପୋଲିସକର୍ମୀଙ୍କୁ ଗିରଫ କରାଯାଇଛି | ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି |

ସୂଚନା ଅନୁଯାୟୀ, ଦେଢ଼ ମିନିଟର ଏହି ଭିଡିଓରେ ଜଣେ ପୋଲିସକର୍ମୀ ମହିଳାଙ୍କୁ ଘୋଷାଡ଼ି ନେଉଥିବାବେଳେ ଅନ୍ୟମାନେ ମହିଳାଙ୍କୁ ମାଡ ମାରୁଥିଲେ | ମହିଳାଙ୍କୁ ଏତେ ଜୋରରେ ଘୋସଡୁଥିଲେ ଯେ ତାଙ୍କ ପିନ୍ଧିଥିବା ଡ୍ରେସ ମଧ୍ୟ ଫାଟି ଯାଇଥିଲା |

Leave a Reply

Your email address will not be published. Required fields are marked *