ବ୍ୟାଘ୍ର ପ୍ରକଳ୍ପର ସ୍ୱପ୍ନ ବିଫଳ: ବାନ୍ଧବଗଡକୁ ଫେରିଯିବ ସୁନ୍ଦରୀ

ଭୁବନେଶ୍ୱର,:-ମାସକ ଭିତରେ ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ । ଲକ୍‌ ଡାଉନ ପରେ ବାଘୁଣୀ ସୁନ୍ଦରୀ ବାନ୍ଧବଗଡକୁ ଫେରିଯିବ । ବାଘୁଣୀ ସୁନ୍ଦରୀ ସଂପର୍କରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ, ଏନଟିସିଏ ଉଭୟ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ସରକାରଙ୍କୁ ଦ୍ବତୀୟ ନୋଟିସ କରିଛନ୍ତି । ଗତ ଡିସେମ୍ବର ମାସରେ ବାଘୁଣୀକୁ ଫେରାଇ ଦେବାକୁ ଓଡ଼ିଶା ସରକାରଙ୍କୁ ପ୍ରଥମେ ନୋଟିସ୍ କରିଥିଲେ ଏନଟିସିଏ । ପରେ ରାଜ୍ୟ ସରକାର ମଧ୍ୟ ପ୍ରଦେଶ ସରକାରଙ୍କୁ ଚିଠି ଲେଖି ସାତକୋଶିଆରୁ ବାଘୁଣୀକୁ ନେଇଯିବାକୁ କହିଥିଲେ । ସେବେଠୁ କିନ୍ତୁ ସାତକୋଶିଆ ଏନକ୍ଲୋଜରରେ ରହିଛି ସୁନ୍ଦରୀ ।

ତେବେ ସୁନ୍ଦରୀକୁ ଆଣି ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପର ଯେଉଁ ସ୍ବପ୍ନ ଥିଲା ତାହା ବିଫଳ ହୋଇଥିବା କହିଛନ୍ତି ପୂର୍ବତନ ପିସିସିଏଫ । ଦେଢ ବର୍ଷ ହେବ ଏନକ୍ଲୋଜରରେ ରହିବା ଫଳରେ ଜଙ୍ଗଲୀ ପ୍ରକୃତି ହରାଇ ପୋଷା ଭଳି ହୋଇଗଲାଣି ବାଘୁଣୀ । କାରଣ ଏନଟିସିଏ ଗାଇଡ୍ ଲାଇନ ଅନୁଯାୟୀ ଏନକ୍ଲୋଜର ପରିସୀମା ବୃଦ୍ଧି କରାଯାଇନି । ସାତକୋଶିଆ କର୍ତ୍ତୃପକ୍ଷଙ୍କ ଅପାରଗତା ପାଇଁ ଏବେ ବାଘୁଣୀ ଫେରିଯିବ ମଧ୍ୟପ୍ରଦେଶ । ସୁନ୍ଦରୀ ପାଇଁ ପ୍ରାୟ ୧୦ କୋଟି ଟଙ୍କା ପାଣିରେ ପଡିଥିବା ପୂର୍ବତନ ପିସିସିଏଫ ବିଜୟ କେତନ ପଟ୍ଟନାୟକ କହିଛନ୍ତି ।ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘ ସଂଖ୍ୟା ବୃଦ୍ଧି କରିବାକୁ ୨୦୧୭ ସେପ୍ଟେମ୍ବର ୧ ତାରିଖରେ ଏନ୍.ଟି.ସି.ଏ ବୈଠକରେ ନିଷ୍ପତ୍ତି ହୋଇଥିଲା । ୨୦୧୮ ଜୁଲାଇ ୬ ରେ ୩ ବର୍ଷର ମହାବୀର ନାମକ ଏକ ମହାବଳ ଏବଂ ୨୦୧୮ ଅଗଷ୍ଟ ୧୭ରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ଅଣାଯାଇଥିଲା ।

Leave a Reply

Your email address will not be published. Required fields are marked *