ମାଟି ତଳୁ ବିରଳ ମୂର୍ତ୍ତି ଉଦ୍ଧାର ଘଟଣା, ତଦନ୍ତ କଲେ ଜିଲ୍ଲାପାଳ

ନୀଳଗିରି:-ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଧିନ ନରସିଂହପୁର ପଞ୍ଚାୟତ ପ୍ରତାପଡା ଗ୍ରାମରେ ଜଣେ ବ୍ୟକ୍ତି ଗାଡ଼ିଆ ଖୋଳୁଥିବା ବେଳେ ବିରଳ ନାରାୟଣ ମୂର୍ତି ଉଦ୍ଧାର କରାଯାଇଥିଲା।  ଶୁକ୍ରବାର ବାଲେଶ୍ଵର ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି।

ପ୍ରତାପଡା ଗ୍ରାମର ଜଗନିବାସ ପାଣିଗ୍ରାହୀ ଗତକାଲି ନିଜ ବାଡ଼ିରେ ଗାଡ଼ିଆ ଖୋଳୁଥିଲେ।୧୦ ଫୁଟ ଖୋଲାଯିବା ପରେ ବିରଳ ନାରାୟଣ  ମୂର୍ତ୍ତି ଉଦ୍ଧାର କରାଯାଇଥିଲା। ମୂର୍ତ୍ତିର ମସ୍ତକ ଭାଗ ଭାଙ୍ଗିଯାଇଥିବା ମଧ୍ୟ  ଦେଖିବାକୁ ମିଳିଥିଲା। ମୂର୍ତି କିପରି ଗାଡ଼ିଆ ଭିତରକୁ ଆସିଲା ଏନେଇ ଜିଲ୍ଲା ପ୍ରଶାସନ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା।ମୂର୍ତିଟିର ମସ୍ତକ ଭଗ୍ନ ଥିବାବେଳେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *