ସଙ୍କଟରେ କରୋନା ଯୋଦ୍ଧା: ୫୪ ଜଣ ଓଡ୍ରାଫ୍‌, ଏନଡିଆରଏଫ୍‌ ଏବଂ ଅଗ୍ନିଶମ ବାହିନୀ ଯବାନ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର:-ବିପଦରେ ପଡିଛନ୍ତି କୋଭିଡ୍‌ ଯୋଦ୍ଧା । ଆଉ ୫୪ ଜଣ ଓଡ୍ରାଫ୍‌, ଏନଡିଆରଏଫ୍‌ ଓ ଅଗ୍ନିଶମ ବାହିନୀ ଯବାନ ଆଜି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଅମ୍ଫାନ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାମରେ ସେମାନେ କଲିକତା ଯାଇଥିଲେ । କଲିକତାରୁ ଫେରି ଆଇସୋଲେସନ୍‌ରେ ଥିଲେ । ଆଜି ସେମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଆଜି ରାଜ୍ୟର ୧୫ ଜିଲ୍ଲାରୁ ୧୩୬ ନୂଆ ପଜିଟିଭ୍‌ ବାହାରିଛି । ଏଥିରୁ ୧୩୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି । ସେମାନଙ୍କ ସ୍ୱାବ୍‌ ରିପୋର୍ଟ ପଜିଟିଭ୍‌ ଆସିଛି । ଆଉ ୨ ଜଣ ଲୋକାଲ କଣ୍ଟାକ୍ଟ ବା ସ୍ଥାନୀୟ ସଂକ୍ରମିତ ବାହାରିଛନ୍ତି ।

କରୋନାରେ ଆକ୍ରାନ୍ତ ଥିବା ଭୁବନେଶ୍ୱରରେ ଚିକିତ୍ସାଧୀନ ୩୮ ବର୍ଷୀୟ ମହିଳା ଆଜି ପ୍ରାଣ ହରାଇଛନ୍ତି । ମହିଳାଜଣକ ସୋରିୟାସିସ୍‌ ରୋଗରେ ପୀଡ଼ିତ ଥିଲେ । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସରକାର ସ୍ପଷ୍ଟୀକରଣ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରୁ ୮ ନୂଆ ଆକ୍ରାନ୍ତ, ଝାରସୁଗୁଡ଼ାରୁ ୪, ଢେଙ୍କାନାଳରୁ ୩, କଟକରୁ ୭, କେନ୍ଦ୍ରାପଡ଼ାରୁ ୧, ନୂଆପଡ଼ାରୁ ୨, ଗଜପତିରୁ ୭, କନ୍ଧମାଳରୁ ୧୫, କଳାହାଣ୍ଡିରୁ ୨, ଗଞ୍ଜାମରୁ ୩, ପୁରୀରୁ ୩, ମୟୂରଭଞ୍ଜରୁ ୯, ସମ୍ବଲପୁରରୁ ଜଣେ ପଜିଟିଭ୍‌ ବାହାରିଛନ୍ତି ।

ରାଜ୍ୟରେ ମୋଟ କରୋନା ପଜିଟିଭ୍‌ ସଂଖ୍ୟା ୩୩୮୬ରେ ପହଞ୍ଚିଛି । ଏଥିରୁ ୧୦୨୦ଜଣ ସକ୍ରିୟ ରୋଗୀ ଅଛନ୍ତି । ଆଜି ଭୁବନେଶ୍ୱରରେ ରୋଗୀ ସଂଖ୍ୟା ୧୦୦ ଟପିଛି । ଦୁଇ ନୂଆ ପଜିଟିଭ୍‌ ଚିହ୍ନଟ ପରେ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧ରେ ପହଞ୍ଚିଛି । ସେପଟେ ଆଜି ୭୨ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗଞ୍ଜାମରୁ ୧୭ଜଣ, ସୋନପୁରରୁ ୯, ବଲାଙ୍ଗୀରରୁ ୭, ଜଗତସିଂହପୁରରୁ ୬, କଟକରୁ ୫, କଳାହାଣ୍ଡିରୁ ୫ ଓ ସୁନ୍ଦରଗଡ଼ରୁ ୫ଜଣ, ବାଲେଶ୍ୱରରୁ ୪, ମୟୂରଭଞ୍ଜରୁ ୪, ଖୋର୍ଦ୍ଧାରୁ ୩, କନ୍ଧମାଳରୁ ୩, ସମ୍ବଲପୁରରୁ ୩ ଓ ଝାରସୁଗୁଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ରାଜ୍ୟରୁ ମୋଟ ୨୩୫୪ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ସୁସ୍ଥତା ହାର ୭୦ପ୍ରତିଶତ ଛୁଇଁଛି । ରାଜ୍ୟରେ ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଏବେ ଯାଏ ୨୯୧୩ ଜଣ ପୁରୁଷ ଆକ୍ରାନ୍ତ ବାହାରିଲେଣି । ଏହା ମୋଟ ଆକ୍ରାନ୍ତ ସଂଖ୍ୟାର ୮୬ ପ୍ରତିଶତ । ମହିଳା ଆକ୍ରାନ୍ତ ସଂଖ୍ୟା ୪୭୩ ଓ ଆକ୍ରାନ୍ତ ହାର ମାତ୍ର ପ୍ରତିଶତ । ସେହିଭଳି ବୟସ ଅନୁପାତରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ହିସାବକୁ ନେଲେ ଅଧିକାଂଶ ଯୁବବର୍ଗ ରୋଗରେ ଆକ୍ରାନ୍ତ ହୋଇ ଚାଲିଛନ୍ତି ।

Leave a Reply

Your email address will not be published. Required fields are marked *