ରାଜ୍ୟର ଆଉ ୧୧୨ କରୋନା ପଜିଟିଭ୍ ଚିହ୍ନଟ୍,
ଭୁବନେଶ୍ବର:-ଆଜି ରାଜ୍ୟରେ ୧୮ଟି ଜିଲ୍ଲାରୁ ଆଉ ୧୧୨ ଜଣ କରୋନା ପଜିଟିଭ ଚିହ୍ନଟ୍ ହୋଇଛି। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୯୮କୁ ପହଞ୍ଚିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ଆମ୍ଫାନ ଉଦ୍ଧାର କାର୍ଯ୍ୟ ସାରି ଫେରିଥିବା NDRF ,ODRAF ଓ ଅଗ୍ନିଶମ ବାହିନୀର ୨୧ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି l ଆଜି ରାଜ୍ୟରେ ୧୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ NDRF, ODRAF ଓ ଅଗ୍ନିଶମ ସେବା ୨୧ ଯବାନ କରୋନା ସଂକ୍ରମିତ ହୋଇଛନ୍ତି। ଗତକାଲି ୫୪ଜଣ ଯବାନ ସଂକ୍ରମିତ ହୋଇଥିଲେ। ତେବେ ଆଜି ସର୍ବାଧିକ ପୁରୀ ଜିଲ୍ଲାରୁ ୧୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮ଜଣ, ମୟୂରଭଞ୍ଜରୁ ୭ ଜଣ, ଗଞ୍ଜାମ ଓ ଅନୁଗୁଳ ଜିଲ୍ଲାରୁ ୬ଜଣ ଲୋଖାଏଁ, କେନ୍ଦୁଝର, ଗଜପତି, ସମ୍ବଲପୁର, ବଲଙ୍ଗୀର ଓ ବାଲେଶ୍ବର ଜିଲ୍ଲାରୁ ୫ଜଣ ଲୋଖାଏଁ ଆକ୍ରାନ୍ତ ଥିବା ବେଳେ ସୁନ୍ଦରଗଡ଼ ଓ ନୟାଗଡ଼ ଜିଲ୍ଲାରୁ ୪ଜଣ ଲୋଖାଏଁ, ମାଲକାନଗିରି, ଯାଜପୁର, କଟକ ଓ ବୌଦ୍ଧ ଜିଲ୍ଲାରୁ ୩ଜଣ ଲୋଖାଏଁ, ଝାରସୁଗୁଡ଼ା ଓ ଦେବଗଡ଼ ୨ଜଣ ଲୋଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।










