ମୃତ୍ୟୁ ମୁଖରୁ ସନ୍ତାନକୁ ବଞ୍ଚାଇବାକୁ ମା’ ମାଙ୍କଡର ରେସକ୍ୟୁ ଅପରେସନ୍

 ମଣିଷ ହେଉ କିମ୍ବା ପଶୁ ସମସ୍ତଙ୍କ ମା’ ଏକାପରି। ନିଜ ସନ୍ତାନର ଜୀବନକୁ ବଞ୍ଚାଇବା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ସନ୍ତାନ ପ୍ରତି ମା’ର ଭଲ ପାଇବାର ଏକ ପ୍ରକୃତ ଉଦାହରଣ ହେଉଛି ଏହି ଭିଡିଓ। ଏକ ମିନିଟର ଏହି ଭିଡିଓରେ ଗୋଟିଏ ଛୋଟ ମାଙ୍କଡ ଛୁଆଟିଏ ଡିଆଁ ଡେଇଁ କରୁଥିବା ବେଳେ ଇଲେକ୍ଟ୍ରି ତାର ଭିତରେ ଫଶି ଯାଇଥିଲା। ଏପରିକି ତାର ମଧ୍ୟରେ ଅଧିକ ବ୍ୟବଧାନ ଥିବା ବେଳେ ତାହା ଖୁବ୍ ଜୋରରେ ହଲୁଥିଲା। ଛୋଟ ମାଙ୍କଡ ଛୁଆଟିକୁ ତାକୁ ପାର କରି ଆସିବା କଷ୍ଟକର ଥିଲା। ଆଉ ଏହି ସମୟରେ ନିଜର ସନ୍ତାନ ପାଇଁ ମା’ ମାଙ୍କଡଟି ପାଲଟି ଯାଇଥିଲା ଯୋଦ୍ଧା।

ନିଜର ପିଲାକୁ ଏଭଳି ଜୀବନ ଓ ମୃତ୍ୟୁ ଭିତରେ ଫଶିଥିବାର ଦେଖି ମା’ ମାଙ୍କଡ ଆଉ ରହିପାରିନଥିଲା। ମା’ ମାଙ୍କଡଟି ହଠାତ୍ ଡିଆଁ ମାରି ନିଜର କୋଳକୁ ପିଲାଟିକୁ ନେଇ ଯାଇ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲା। ମା’ ମାଙ୍କଡଟି ନିଜର ପିଲାକୁ ଯେଉଁଭଳି ଭାବରେ ବଞ୍ଚାଇଥିଲା ତା’ର ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।

ଭିଡିଓଟିକୁ ଆଇଏଫଏସ୍ ଅଫିସର ପରଓ୍ବିନ କାସଓ୍ବାନ ୧୬ ମଇରେ ସେୟାର କରିଥିଲେ। ସେ ଭିଡିଓର କ୍ୟାପସନରେ ଲେଖିଥିଲେ, ମା ଦ୍ବାରା କରାଯାଇଥିବା ରେସକ୍ୟୁ ଅପରେସନ୍। ଏହା କିଭଳି ଫେଲ୍ ହୋଇପାରେ? ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିବା ବେଳେ ୟୁଜରମାନେ ମା‘ ମାଙ୍କଡକୁ ଖୁବ୍ ପ୍ରଶଂସା କରିଛନ୍ତି।ୟୁଜରମାନେ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ ଲେଖିଛନ୍ତି କିଏ ଲେଖିଛି ମା’ କିପରି ଫେଲ ହୋଇପାରିବ? ମା’ ଠାରୁ ବଡ ଯୋଦ୍ଧା ଆଉ କେହି ନାହିଁ। ଏଭଳି ଅନେକ କମେଣ୍ଟ ଦେଇଛନ୍ତି ସୋସିଆଲ ମିଡିଆ ୟୁଜର

Leave a Reply

Your email address will not be published. Required fields are marked *