ଆମ୍ଫାନ ପୁନରୁଦ୍ଧାର କାମ ସାରି ଫେରିଥିବା NDRF, ଓଡ୍ରାଫ୍ ଓ ଅଗ୍ନିଶମ ୫୪ଜଣ ଯବାନ କରୋନା ପଜିଟିଭ୍
ଭୁବନେଶ୍ବର:-ଆମ୍ଫାନ ବାତ୍ୟା କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗରେ ପୁନରୁଦ୍ଧାର କାମ ସାରି NDRF, ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀ ଓଡିଶା ଫେରିଛନ୍ତି। ସମସ୍ତ କର୍ମଚାରୀଙ୍କ ମଧ୍ୟରୁ ପୁଣି ୫୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ୬୧ଜଣ ଓଡ୍ରାଫ୍, ଏନ୍ଡିଆର୍ଏଫ୍, ଅଗ୍ନିଶମ କର୍ମଚାରୀ ଚିହ୍ନଟ ହୋଇଥିଲେ। ଫଳରେ ୧୧୫ଜଣ ଯବାନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି।
ସୂଚନା ମୁତାବିକ, ବାତ୍ୟା ଆମ୍ପାନ ମୁକାବିଲା ପଶ୍ଚିମବଙ୍ଗକୁ ଏନ୍ଡିଆର୍ଏଫ୍ ୧୬୭ ଯାଇଥିବା ବେଳେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ସେବା ବାହିନୀ ୩୭୨ ଯବାନ ଉଦ୍ଧାର ପୁନରୁଦ୍ଧାର କାମ ସାରି ଫେରିବା ପରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ପ୍ରଥମେ ଏନ୍ଡିଆର୍ଏଫ୍ ଓ ଓଡ୍ରାଫ୍ ର ୬୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲୋ ଆଜି ଆଉ ୫୪ଜଣ ଯବାନ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି।