ପର୍ତ୍ତୁଗାଲରେ ଫେବୃଆରୀ ମାସରୁ ନିଖୋଜ ୩୦ ବର୍ଷୀୟ ଓଡିଆ ଯୁବତୀ,

ଭୁବନେଶ୍ଵର:-କଟକର ଜଣେ ୩୦ ବର୍ଷୀୟ ଯୁବତୀ ଚଳିତ ବର୍ଷ ଫେବୃଆରୀ ମାସରୁ ପର୍ତ୍ତୁଗାଲରେ ନିଖୋଜ ହୋଇ ଯାଇଛନ୍ତି। ଯୁବତୀ ଜଣକ ପୁରୀଘାଟ ପୋଲିସ ସୀମା ଅନ୍ତର୍ଗତ ଉପରା ଟେଲିଙ୍ଗା ବଜାରର ବାସିନ୍ଦା। ଯୁବତୀ ଜଣକ ସ୍ପେନର ବାର୍ସେଲୋନା ବିଶ୍ଵ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଦୂରସଞ୍ଚାରରେ ମାଷ୍ଟର କୋର୍ସରେ ଅଧ୍ୟୟନ କରୁଥିଲେ। ଝିଅର କୌଣସି ଖୋଜ୍ ଖବର ନମିଳିବାର ଚିନ୍ତାରେ ପରିବାର।

ଯୁବତୀଙ୍କ ନାଁ ରଶ୍ମି ରାଉତରାୟ। ସେ ଶେଷ ଥର ଫେବୃଆରୀ ମାସରେ ନିଜ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ଗତ ଫେବୃଆରୀ ୨୬ରେ ଝିଅ ସହ ଶେଷ ଥର କଥା ହୋଇଥିଲୁ। ଏହା ପରଠୁ ଝିଅର ମୋବାଇଲ ସୁଇଚ୍‌ ଅଫ ରହିଛି। ମୁଁ ତା ଝିଅ ସାଙ୍ଗଙ୍କୁ ପର୍ତ୍ତୁଗାଲ ଯାଇଥିବା ଏବଂ ଏହି ବିଷୟରେ ପଚାରି ବୁଝି କହିବାକୁ କହିଥିଲି ବୋଲି ପିତା ରାଜ କିଶୋର ରାଉତରାୟ କହିଛନ୍ତି।

ଯୁବତୀଙ୍କ ପିତା ଝିଅ ନିଖୋଜ ହେବା ନେଇ ଥାନାରେ ଏଫଆଇଆର ଦେଇଛନ୍ତି। ଏହି ଘଟଣାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଆମେ ପର୍ତ୍ତୁଗାଲରେ ଅବସ୍ଥାପିତ ଭାରତୀୟ ଦୂତବାସକୁ ଇମେଲ୍ କରି ଝିଅର ଠିକଣା ବିଷୟରେ ସନ୍ଧାନ କରିବାକୁ କହିଛୁ।

Leave a Reply

Your email address will not be published. Required fields are marked *