ପରୀକ୍ଷା ବାତିଲ୍ ଦାବିରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ,

ଭୁବନେଶ୍ବର:- ପରୀକ୍ଷା ବାତିଲ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିବା ପରେ ଆଜି କୁଳପତି ଏବଂ ଅଧ୍ୟକ୍ଷଙ୍କ ବୈଠକ ଅନୁଷ୍ଠିତ ହେଉଛି । ଦିନ ୧୧ଟାରୁ ୨ଟା ପର୍ଯ୍ୟନ୍ତ ବୈଠକ ଚାଲିବ । ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତିଓ ସମସ୍ତ ସ୍ବୟଂଶାସିତ ତଥା ଡିଗ୍ରୀ କଲେଜଗୁଡିକର ଅଧ୍ୟକ୍ଷମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଭିଡିଓ କନଫରେନ୍ସିଂରେ ଅଧ୍ୟକ୍ଷତା କରିବେ ଉଚ୍ଚଶିକ୍ଷା ମନ୍ତ୍ରୀ ।

କରୋନା ପରିସ୍ଥିତିରେ କିଭଳି ପରୀକ୍ଷା ପରିଚାଳନା ହେବ ସେନେଇ ବୈଠକରେ ଆଲୋଚନା ହେବ । ଯୁକ୍ତ ତିନିରେ ଦ୍ବିତୀୟ ଓ ଚତୁର୍ଥ ସେମିଷ୍ଟାର ଭଳି ଷଷ୍ଠ ସେମିଷ୍ଟର ପରୀକ୍ଷା ବାତିଲ କରିବାକୁ ଅଡି ବସିଛନ୍ତି ଛାତ୍ରଛାତ୍ରୀ । ସେହିପରି ପିଜି ଦ୍ବିତୀ ୟ ସେମିଷ୍ଟର ଭଳି ଚତୁର୍ଥ ସେମିଷ୍ଟର ବାତିଲ ପାଇଁ ମଧ୍ୟ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *