ହୋମ କ୍ୱରେଣ୍ଟିନରେ କେମିତି ରହିବେ ପ୍ରବାସୀ; ବୁଝିବେ ନେତା, ପୋଲିସ୍
ଭୁବନେଶ୍ୱର: କରୋନାକୁ ନେଇ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବାହାର ରାଜ୍ୟ ତଥା ବିଦେଶରୁ ଆସୁଥିବା ପ୍ରବାସୀଙ୍କୁ କିପରି ହୋମ କ୍ୱାରେଣ୍ଟିନରେ ରଖାଯିବ ସେ ନେଇ ବିସ୍ତୃତଭାବେ ଆଲୋଚନା ହୋଇଛି।ଅଧିକରୁ ଅଧିକ ପ୍ରବାସୀ ରାଜ୍ୟ ତଥା ଦେଶ ବାହାରୁ ଫେରୁଥିବାରୁ ହୋମ କ୍ୱାରେଣ୍ଟିନକୁ କଡାକଡି ଭାବେ ପାଳନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିରେ ରାଜନେତା, ପୋଲିସ ଅଧିକାରୀ, ବିଭିନ୍ନ ସମ୍ପ୍ରଦାୟର ନେତା ସମସ୍ତଙ୍କୁ ସାମିଲ କରାଯାଇଥିଲା। ଏସବୁ ଅଧିକାରୀଙ୍କ ସହ କୋଭିଡ ପାଇଁ ନିୟୋଜିତ ପର୍ଯ୍ୟବେକ୍ଷକ ବିସ୍ତୃତଭାବେ ଆଲୋଚନା କରିଥିଲେ।ଏହି ବୈଠକରେ ରାଜ୍ୟସଭା ସାଂସଦ ସୁବାସ ସିଂ, ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ, ପର୍ଯ୍ୟବେକ୍ଷକ ତଥା ସଚିବ ସୌରଭ ଗର୍ଗ, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, କଟକ ଡିସିପି, ସିଏମସି କମିଶନର ପ୍ରମୁଖ ଉପସ୍ଥିତ ଥିଲେ।