ଭୁବନେଶ୍ୱରରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର:- ଭୁବନେଶ୍ୱରରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୬ ଜଣଙ୍କ ମଧ୍ୟରୁ ହସ୍ପିଟାଲରୁ ୫ ଏବଂ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଆପୋଲୋ ହସ୍ପିଟାଲରୁ ଜଣେ, ଏମ୍ସରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଏମ୍ସର ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କର୍ମଚାରୀ ଏବଂ ଜଣେ ଛାତ୍ର ଥିବାବେଳେ ଆପୋଲୋ ହସ୍ପିଟାଲରେ ଜଣେ କର୍ମଚାରୀ ଚିହ୍ନଟ ହୋଇଛନ୍ତି । ତେବେ ଜଣେ ଆକ୍ରାନ୍ତ ପୋଖରୀପୁଟ ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *