କରୋନାରେ ଡିଏମକେ ବିଧାୟକ ଜେ. ଅମ୍ବାଜଗନଙ୍କ ପରଲୋକ

ଚେନ୍ନାଇ;=ତାମିଲନାଡୁରେ କରୋନା ଭାଇରସ ପୀଡିତ ଡିଏମକେ  ବିଧାୟକ ଜେ ଅମ୍ବାଜଗନଙ୍କ ପରଲୋକ। ଚେନ୍ନାଇର ରେଲା ଇନଷ୍ଟିଚ୍ୟୁଟ୍ ଆଣ୍ଡ ମେଡିକାଲ ସେଣ୍ଟରରେ ତାଙ୍କର ଚିକିତ୍ସା ଚାଲିଥିଲା। ବୁଧବାର ସକାଳ ପ୍ରାୟ ୭ଟା ବେଳେ ତାଙ୍କର ପରଲୋକ ହୋଇଥିଲା। ଏକ ସପ୍ତାହ ପୂର୍ବରୁ ଯାଞ୍ଚରେ ତାଙ୍କର କରୋନା ପଜିଟିଭ ଆସଥିଲା। ଦେଶରେ କରୋନାରେ କୌଣସି ଜନ-ପ୍ରତିନିଧିଙ୍କ ମୃତ୍ୟୁର ଏହା ପ୍ରଥମ ମାମଲା।

କୁହାଯାଉଛି ଯେ, ବିଧାୟକ ଜେ. ଅମ୍ବାଜଗନକୁ ଅନ୍ୟ ରୋଗ ଥିଲା। ତାଙ୍କର କିଡନୀ ସମ୍ପର୍କିତ ରୋଗର ଥିଲା। ସୁଗାର ଲେବଲ ମଧ୍ୟ ଖୁବ୍ ଅଧିକ ଥିଲା। ଜ୍ବର ଓ ନିଶ୍ବାସ ନେବାରେ କଷ୍ଟ  ​ହେବାର ଅଭିଯୋଗ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା, ତେବେ ରିପୋର୍ଟ ପଜିଟିଭ ଆସିଥିଲା।

ରେଲା ଇନଷ୍ଟିଚ୍ୟୁଟର କହିବା ଅନୁସାରେ, ଜେ. ଅମ୍ବାଜଗନଙ୍କୁ ସ୍ବାସ୍ଥ୍ୟ ସୋମବାର ସନ୍ଧ୍ୟାରେ ଅଧିକ ଖରାପ ହୋଇଯାଇଥିଲା। ତାଙ୍କର ହାର୍ଟ ଠିକ୍ ଭାବରେ କାମ କରୁନଥିଲା। ତାଙ୍କୁ ଆଇସିୟୁକୁ ସିଫ୍ଟ କରାଯାଇଥିଲା। ବୁଧବାର ସକାଳେ  ତାଙ୍କର ପରଲୋକ ହୋଇଥିଲା।

Leave a Reply

Your email address will not be published. Required fields are marked *