ଜାମ୍ମୁ-କାଶ୍ମୀର ସୋପିଆରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ

ଶ୍ରୀନଗର;ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ନିରୋଧୀ ଅଭିଯାନ ଜାରି ରହିଛି । ଜାମ୍ମୁ-କାଶ୍ମୀର ସୋପିଁଆର ସୁଗୋ ହେଧାମା ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଗୁଳିବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଚଳିତ ସପ୍ତାହରେ ସୋପିଆରେ ଏହା ତୃତୀୟ ଏନ୍‌କାଉଣ୍ଟର ଘଟଣା । ଏହାପୂର୍ବରୁ ରବିବାର ଦିନ ପାଞ୍ଚଜଣ ଓ ସୋମବାର ଦିନ ଚାରି ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଜାମ୍ମୁ-କାଶ୍ମୀରରେ ସୁଗୋ ହେଧାମା କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା । ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିବା ପରେ ସେନା ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଜଏଣ୍ଟ ଅପରେସନ ଆରମ୍ଭ କରିଥିଲେ । ତେବେ ସୁରକ୍ଷାକର୍ମୀ ଘେରିବାର ଦେଖି ଆତଙ୍କବାଦୀ ଗୁଳି ଚାଳନା ଆରମ୍ଭ କରିଥିଲେ । ଆତଙ୍କବାଦୀଙ୍କ ଗୁଳିମାଡର ଦୃଢ ଜବାବ ଦେଇଥିଲେ ସେନାବାହିନୀ । କିଛି ସମୟ ଧରି ଗୁଳିବିନିମୟ ଜାରି ରହିବା ପରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି

Leave a Reply

Your email address will not be published. Required fields are marked *