ଭୁଲି ଗଲେ ସାମାଜିକ ଦୂରତା : ରାଉରକେଲାରେ ଶବ ଶୋଭାଯାତ୍ରାରେ ଦେଖିବାକୁ ମିଳିଲା ଜନସମୂଦ୍ର

ରାଉରକେଲା;=କରୋନା ମୁକାବିଲା ସମୟରେ ସାମାଜିକ ଦୂରତାକୁ ଭୁଲିଗଲେ ଲୋକେ । ଶବଯାତ୍ରା ସମୟରେ ଦେଖିବାକୁ ମିଳିଲା ଜନସମୁଦ୍ର । ପୁଲିସ ଉପସ୍ଥିତିରେ ହେଲା ନିୟମର ଖୋଲାଖୋଲି ଉଲ୍ଲଙ୍ଘନ । ରାଉରକେଲା ନାଲାରୋଡରୁ ଆସିଛି ଏଭଳି ଦୃଶ୍ୟ । ଗତ ୭ ତାରିଖରେ ଜଣେ ଯୁବକର ହତ୍ୟା ଘଟଣା ପରେ ସେହି ଅଂଚଳର ଲୋକେ ବାହାରକୁ ବାହାରିଆସିଥିଲେ । ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେବା ସମୟରେ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ । ଏହା ଏକ ଶବ ଶୋଭାଯାତ୍ରା ଭଳି ଦେଖାଯାଉଥିଲା । ହଜାର ହଜାର ଲୋକ ଏକାଠି ହୋଇ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । କରୋନା ମହାମାରୀ ସମୟରେ ଅନେକ ସ୍ଥାନରେ ସାମାଜିକ ଦୂରତା ଉଲ୍ଲଙ୍ଘନ ହେଉଥିବାର ଦେଖିବାକୁ ମିଳେ । କିନ୍ତୁ ଏଭଳି ଉଲ୍ଲଙ୍ଘନ କେବେ ଦେଖିବାକୁ ମିଳିନଥିଲା ।ସେହି ଅଂଚଳରେ ଜନସମୁଦ୍ର ସୃଷ୍ଟି ହୋଇଥିଲା । ଏହାପୂର୍ବରୁ କଂଟେନମେଂଟ ଜୋନ ଘୋଷଣାକୁ ବିରୋଧ କରି ନାଲାରୋଡର କିିଛି ଲୋକ ପୁଲିସ ଉପରକୁ ପଥରମାଡ ମଧ୍ୟ କରିଥିଲେ । ଫଳରେ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ୩୦ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଥିଲା ଓ ସେମାନଙ୍କ ମଧ୍ୟରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।

Leave a Reply

Your email address will not be published. Required fields are marked *