ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,;=ଏୟାରଫିଲ୍ଡ ଥାନା ପୁଲିସ୍‌ ସହାୟତାରେ କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ଏକ ଡକାୟତ ଦଳର ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ପୁଲିସ ଗୋଟିଏ ୭ ଏମ୍‌ଏମ୍‌ ବନ୍ଧୁକ, ୨ଟି ଅଫୁଟା ଗୁଳି, ୩ଟି ଖଣ୍ଡା, ଲଙ୍କାଗୁଣ୍ଡ ଓ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି । ଡକାୟତି ବେଳେ ବ୍ୟବହୃତ ୨ ବାଇକ୍‌ ମଧ୍ୟ ସେମାନଙ୍କ ଠାରୁ ମିଳିଛି । ତେବେ ଗ୍ୟାଙ୍ଗର ସର୍ଦ୍ଦାର ପୁଲିସ ଉପରକୁ ଫାଙ୍କା ଗୁଳି କରି ଖସି ପଳାଇବାରେ ସକ୍ଷମ ହୋଇଛି ।

, ଏହି ଗ୍ୟାଙ୍ଗ ସୁନ୍ଦରପଦା, ଜଟଣୀ ଅଞ୍ଚଳରେ ଲୁଟ୍‌ପାଟ୍‌ ଓ ଛିନ୍‌ତାଇ କରି ଆତଙ୍କ ଖେଳାଇ ଥିଲା । ଏୟାରଫିଲ୍ଡ ଥାନା ଅଧୀନ ପଞ୍ଚୁପଲ୍ଲୀ ଗାଁର ଏକ ନିର୍ମାଣଧୀନ ଆପାର୍ଟମେଣ୍ଟରେ ସେମାନେ ଲୁଚିଥିବା କ୍ୟୁଏଟି ଖବର ପାଇଥିଲା । ଗତକାଲି ବିଳମ୍ବିତ ରାତିରେ ଉକ୍ତ ଆପାର୍ଟମେଣ୍ଟରେ ପୁଲିସ ଟିମ୍‌ ଚଢ଼ଉ କରି ଡକାୟତି ଗ୍ୟାଙ୍ଗର ୫ଜଣଙ୍କୁ କାବୁ କରିଥିଲା । ଯାଞ୍ଚ ବେଳେ ସେମାନଙ୍କଠାରୁ ୧୫ ହଜାର ଟଙ୍କା ଓ ୩ଟି ମୋବାଇଲ୍‌ ମିଳିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ବ୍ଲକ ପଞ୍ଚୁପଲ୍ଲୀ ଗାଁର ଅନୀଲ କୁମାର ପ୍ରଧାନ ଓରଫ୍‌ ବାବୁ (୩୮), ଅମୀର ଜୟ ସିଂହ, ସୁକାନ୍ତ ବରିମଲ୍‌, କାଶୀନାଥ ସାମନ୍ତରାୟ ଓ ପ୍ରେମାନନ୍ଦ ବରିମଲ ଓରଫ୍‌ ତମ୍ପ । ଏମାନଙ୍କ ମଧ୍ୟରେ ବାବୁ ପ୍ରଧାନ ଲୁଟ୍‌ପାଟ୍‌ ଓ ଡକାୟତି କରିବାକୁ ଯୋଜନା କରେ ।

Leave a Reply

Your email address will not be published. Required fields are marked *