ପୃଥିବୀ ମୁହାଁ ଆଉ ୫ଟି ନୂଆ ଉଲକାପିଣ୍ଡ, ଚେତାବନୀ ଜାରି କଲା ନାସା
ୱାସିଂଟନ;=ପୃଥିବୀକୁ ନେଇ ନାସା ନୂଆ ଚେତାବନୀ ଜାରି କରିଛି | ନାସା ଚେତାବନୀ ଦେଇଛି ଯେ, ଆଗାମୀ ୨-୩ ଦିନ ମଧ୍ୟରେ ପାଖାପାଖି ୫ଟି ଉଲକାପିଣ୍ଡ ପୃଥିବୀ ନିକଟରୁ ଗତି କରିବେ | ନାସାର ପ୍ଲାନେଟାରି ଡେ଼ଫେନ୍ସ ନେଟୱାର୍କ ଅନୁଯାୟୀ, ଉଲକାପିଣ୍ଡ ପୃଥିବୀ ନିକଟରୁ ଗତି କରିବ କିନ୍ତୁ ଭୟ କରିବାର କିଛି ନାହିଁ | କାରଣ ସମସ୍ତ ଉଲକାପିଣ୍ଡ ପୃଥିବୀରୁ ୪୬.୫ ଲକ୍ଷ ମାଇଲରୁ କମ ଦୂରତାରୁ ଗତି କରିବେ | ୪୬.୫ ଲକ୍ଷ ମାଇଲ ଦୂରରୁ ଗତି କରିବାକୁ ଥିବା ସମସ୍ତ ଉଲକାପିଣ୍ଡର ଗତି ନେଇ ନାସା ଚେତାବନୀ ଜାରି କରିଥାଏ | କାରଣ ଏହି ଉଲକାପିଣ୍ଡଗୁଡିକୁ ଭୟଙ୍କର ଶ୍ରେଣୀରେ ରଖାଯାଇଥାଏ |
ନାସା ଅନୁଯାୟୀ, ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଥିବା ସମସ୍ତ ଉଲକାପିଣ୍ଡ ଉପରେ ବୈଜ୍ଞାନିକଙ୍କ ନଜର ରହିଥାଏ | ନାସାର ସେଣ୍ଟ୍ରି ସିଷ୍ଟମ ଏହିଭଳି ଖବର ଉପରେ ପୂର୍ବରୁ ହିଁ ନଜର ରଖିଥାଏ ଏବଂ ଆଗାମୀ ୧୦୦ ବର୍ଷ ପାଇଁ ୨୨ଟି ଏହିଭଳି ଉଲକାପିଣ୍ଡ ମଧ୍ୟ ରହିଛି ଯେଉଁମାନେ ପୃଥିବୀର ଅତି ନିକଟରୁ ଗତି କରିବା କିମ୍ବା ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି |
ସବୁଠାରୁ ପ୍ରଥମେ ଦୁଇଟି Asteroid 2013XA22 (୩୧୦ ଫୁଟ, ୧୮ ଲକ୍ଷ ମାଇଲ ଦୂରରୁ) ଏବଂ Asteroid 2020KZ3 (୬୪ ଫୁଟ, ୭ ଲକ୍ଷ ୬୧ ହଜାର ମାଇଲ ଦୂରରୁ) ମଙ୍ଗଳବାର ରାତିରେ ଗତି କରିସାରିଛି | କିନ୍ତୁ ଏହି ଦୁଇଟି ଉଲକାପିଣ୍ଡ ପୃଥିବୀ କ୍ଷତି ପହଁଚାଇବା ଭଳି ଦୂରତା ଯାଏଁ ଆସିନଥିଲେ | ଏହାପରେ ବୁଧବାର ଦିନ ୬୫ ଫୁଟର Asteroid 2020KY ନାମକ ଉଲକାପିଣ୍ଡ ୪୦ ଲକ୍ଷ ମାଇଲ ଦୂରରୁ ଗତି କରିବ | ଏହା ପଛେ ୬୫ ଫୁଟର ଆଉ ଏକ ଉଲକାପିଣ୍ଡ ଆସନ୍ତା ଦିନ ଅର୍ଥାତ ଗୁରୁବାର ଦିନ ୩୬ ଲକ୍ଷ ମାଇଲ ଦୂରରୁ ଗତି କରିବ | ଜୁନ ୧୧ ତାରିଖରେ ୬୦ ଫୁଟର ଉଲକାପିଣ୍ଡ ଆହୁରି ଅଧିକ ନିକଟତର, ୨୩ ଲକ୍ଷ ମାଇଲ ଦୂରରୁ ଗତି କରିବ | ତେବେ ଏହିସବୁ ଉଲକାପିଣ୍ଡ ପୃଥିବୀ କୌଣସି କ୍ଷତି କରିବେ ନାହିଁ ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି |










