ସୁଲେମାନି ବାବଦରେ ସୂଚନା ଦେଇଥିବା ଗୁପ୍ତଚରକୁ ଫାଶୀ ଦଣ୍ଡ ଶୁଣାଇଲା ଇରାନ

ତେହେରାନ: ଆମେରିକାର ଅପରେସନରେ ନିହତ ହୋଇଥିବା ଇରାନର କମାଣ୍ଡର କାସିମ ସୁଲେମାନିଙ୍କ ପାଇଁ ଆମେରିକା ଲାଗି ଗୁପ୍ତଚରଗିରି କରିଥିବା ବ୍ୟକ୍ତିକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଇରାନର କୋର୍ଟ । ଗତ ବର୍ଷ ଜାନୁଆରୀରେ ଆମେରିକା, ବାଗଦାଦରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଇରାନର ରିଭୋଲ୍ୟୁସନରି ଗାର୍ଡର କମାଣ୍ଡର କାସୀମ ସୁଲେମାନିଙ୍କୁ ହତ୍ୟା କରିଥିଲା। ସୁଲେମାନୀଙ୍କ ମୃତ୍ୟୁ ପରେ ଇରାନ ଏବଂ ଆମେରିକା ମଧ୍ୟରେ ତିକ୍ତତା ଶିଖରରେ ପହଁଚିଯାଇଥିଲା । ଆଉ ଏହାକୁ ନେଇ ଇରାନର ଅଦାଲତ ଆଜି ଆମେରିକା ଓ ଇସ୍ରାଏଲକୁ ଗୁପ୍ତ ସୂଚନା ଦେଇଥିବା ଇରାନର ନାଗରିକ ତଥା ଗୁପ୍ତଚରକୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି |ଆମେରିକା ପୂର୍ବ ଅଞ୍ଚଳରେ ଆମେରିକୀୟ ସୈନ୍ୟଙ୍କ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ସୁଲେମାନୀକୁ ବିବେଚନା କରି ଟାର୍ଗେଟ କରିଥିଲା | ଇରାନର ନ୍ୟାୟିକ ମୁଖପାତ୍ର ଗୁଲାମ ହୁସେନ୍ ଇସମାଇଲୀ କହିଛନ୍ତି ଯେ ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ଏବଂ ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଡ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ମହମ୍ମଦ ମୁସାଭି ମଜଦଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ମୋସାଭି ଆମର ଶତ୍ରୁମାନଙ୍କୁ ଶହୀଦ ସୁଲେମାନି ବିଷୟରେ ସୂଚନା ଦେଇଥିଲା । ସେ ଇରାନର ସଶସ୍ତ୍ର ବାହିନୀ ବିଷୟରେ ଇସ୍ରାଏଲ ଏବଂ ଆମେରିକାର ଗୁପ୍ତଚର ସଂସ୍ଥାକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲା । ଇରାନ କହିଛି ଯେ ସିଆଇଏ ଗୁପ୍ତଚରଙ୍କୁ ଖୁବ ଶୀଘ୍ର ଫାଶୀ ଦିଆଯିବ।

Leave a Reply

Your email address will not be published. Required fields are marked *