ରିଲ୍ ଭିଲିଆନ୍ ଦେଖାଇ ଦେଲେ ସେ ରିଅଲ୍ ହିରୋ ,କହିଲେ ଭିକ ମାଗିବି ପଛେ କିନ୍ତୁ ମଜୁରିଆଙ୍କୁ ଖାଇବାକୁ ଦେବି’
ମୁମ୍ବାଇ:-ଲକଡାଉନ୍ କାରଣରୁ ଗରିବ ବର୍ଗର ଲୋକେ ଏବଂ ଶ୍ରମିକମାନେ ଖୁବ୍ ପ୍ରଭାବିତ ହେଉଛନ୍ତି। ଲକଡାଉନ୍ ପରଠୁ ପ୍ରାସୀ ଶ୍ରମିକଙ୍କ ପଳାୟନ ଜାରି ରହିଛି। ଏହି ଶ୍ରମିକମାନେ ଚାଲି ଚାଲି ଦୂରରେ ଥିବା ଘରକୁ ପହଞ୍ଚୁଛନ୍ତି। ଏପରି ପରିସ୍ଥିତିରେ ଏମାନଙ୍କୁ ସାହାଯ୍ୟ କରିବା ପାଇଁ ବଲିଉଡରୁ ପ୍ରଥମେ ଅଭିନେତା ସୋନୁ ସୁଦ ଆଗେଇ ଆସିଥିଲେ ଏବଂ ଏବେ ଅଭିନେତା ପ୍ରକାଶ ରାଜ ମଧ୍ୟ ପ୍ରବାସୀ ଶ୍ରମିକଙ୍କୁ ରାସ୍ତାରେ ଖାଦ୍ୟ ଯୋଗାଇବା କାମ କରୁଛନ୍ତି।ନିକଟରେ ଅଭିନେତା ପ୍ରକାଶ ରାଜ ଏକ ଟ୍ବିଟ୍ କରିଛନ୍ତି। ଏହି ଟ୍ବିଟରେ ପ୍ରବାସୀ ଶ୍ରମିକଙ୍କ ଫଟୋ ରହିଛି,ଯେଉଁମାନେ ଚାଲି ଚାଲି ଘରକୁ ଯାଉଛନ୍ତି। ଫଟୋ ସହ ପ୍ରକାଶ ରାଜ ଲେଖିଛନ୍ତି,‘ରାସ୍ତାରେ ପ୍ରବାସୀ ’। ସେ ଭିକ ମାଗିବେ ଏବଂ ଧାର ନେବେ କିନ୍ତୁ ନିଜ ସହ-ନାଗରିକଙ୍କ ସହାୟତା ଜାରି ରଖିବେ। ସେ ତାଙ୍କୁ ଏହା ବଦଳରେ କିଛି ତ ଦେଇପାରିବେ ନାହିଁ କିନ୍ତୁ ସେମାନେ ଯେତେବେଳେ ଘରକୁ ପହଞ୍ଚି କହିବେ ରାସ୍ତାରେ ଜଣେ ଏପରି ବ୍ୟକ୍ତି ଭେଟିଥିଲେ ଯିଏ ସେମାନଙ୍କୁ ଆଶା ଦେଇଥିଲେ ଏବଂ ଘରକୁ ପହଞ୍ଚିବା ପାଇଁ ଶକ୍ତି ବି। ପ୍ରକାଶ ରାଜଙ୍କ ଟ୍ବିଟରେ ଲୋକେ ତାଙ୍କୁ ଜୋରସୋରରେ ପ୍ରଶଂସା କରୁଛନ୍ତି। ଅନେକ ୟୁଜର୍ସ ଲେଖିଛନ୍ତି ଯେ ସେ ବହୁତ ଭଲ କାମ କରୁଛନ୍ତି।










