ପଛକୁ ଫେରିଲା ଚୀନ୍‌ : ଲଦ୍ଦାଖରେ ୩ଟି ଅଞ୍ଚଳରୁ ନିଜର ସେନା ହଟାଇଲା

ନୂଆଦିଲ୍ଲୀ :-ଲଦ୍ଦାଖରେ ଚୀନ୍‌ ସହ ଜାରି ବିବାଦକୁ ନେଇ ଆସିଛି ଖୁସି ଖବର।  ଭାରତ ଓ ଚୀନ୍‌ର ସୈନିକ ପୂର୍ବ ଲଦ୍ଦାଖର ୩ଟି ଅଲଗା ଅଲଗା ଅଞ୍ଚଳରୁ ନିଜ ନିଜର  ଅଞ୍ଚଳକୁ ପଛକୁ ହଟିଛନ୍ତି ।  ଏହି ସପ୍ତାହରେ ହେବାକୁ ଥିବା ସେନାର କଥାବାର୍ତ୍ତା ପୂର୍ବରୁ ଦୁଇ ଦେଶ ତରଫରୁ ଏହି ପ୍ରୟାସ ସଫଳ ହୋଇଛି । ଏକ ମାସରୁ ଅଧିକ ସମୟ ଧରି ସୀମାରେ ଜାରି ରହିଥିବା ଅଶାନ୍ତ ବାତାବରଣ ଏବେ ଥଣ୍ଡା ହେବାର ଆଶା ସୃଷ୍ଟି କରିଛି ।

ଭାରତ ଓ ଚୀନ୍‌ର ସେନା  ମଧ୍ୟରେ  ଏହି ସପ୍ତାହ ପାଟ୍ରୋଲିଂ ପଏଣ୍ଟ ୧୪ ( ଗଲଭାନ ଏରିଆ ) , ପାଟ୍ରୋଲ ପଏଣ୍ଟ ୧୫ ଓ ହଟ୍‌ ସ୍ପ୍ରିଙ୍ଗସ ଏରିଆ ସହ  ଲଦ୍ଦାଖର କେତେକ  ଭିନ୍ନଭିନ୍ନ  ସ୍ଥାନରେ ମିଟିଂ ହେବାର ଅଛି । ସରକାରଙ୍କ ପ୍ରମୁଖ ସୂତ୍ରରୁ ଏହି ସୂଚନା ଦିଆଯାଇଛି ।

ସେ କହିଛନ୍ତି , ଚୀନ୍‌ର ସେନା ଗଲଭାନ ଭ୍ୟାଲି , ପାଟ୍ରୋଲିଂ ପଏଣ୍ଟ -୧୫ ଓ ହଟ୍‌ ସ୍ପ୍ରିଙ୍ଗ୍ସ ଏରିଆ ରୁ ୨ରୁ ୨.୫ କିମି ପଛକୁ ହଟି ସାରିଛନ୍ତି । ସୂତ୍ରରୁ ପ୍ରକାଶ ଯେ, ଏହା ୬ଜୁନ୍‌ରେ ଲେପ୍ଟେନାଣ୍ଟ ଜେନେରାଲ ସ୍ତରରେ ହୋଇଥିବା କଥାବାର୍ତ୍ତା ଓ ଆଗକୁ ଥିବା ମିଟିଂର ପ୍ରଭାବ ।

ଚୀନ୍‌ ସେନା ଯେତେବେଳେ ନିଜର ସେନା ପଛକୁ ହଟାଇଥିଲା , ଭାରତ ମଧ୍ୟ ତାପରେ ସେହି ଅଞ୍ଚଳରୁ ନିଜର କିଛି ସେନା ଓ ଭାଇକଲ୍‌କୁ ଫେରେଇ ନେଇଛି । ଅଶାନ୍ତିର ଏହି ବାତାବରଣ ଭିତରେ ଦୁଇ ପକ୍ଷରୁ ବାଟାଲିୟନ କମାଣ୍ଡର ସ୍ତରର କଥାବାର୍ତ୍ତା ଚାଲିଛି ।

Leave a Reply

Your email address will not be published. Required fields are marked *