କରୋନା ବେଳେ କେରଳରେ ଦେହଜୀବୀ ଆପଣେଇଛନ୍ତି ଭର୍ଚୁଆଲ୍‌ରେ କାରବାର

ଥିରୁଭାନନ୍ତପୁରମ – କରୋନା ବେଳେ ଏବେ ସୋସିଆଲ୍‌ ଡିଷ୍ଟାନସିଂ ବା ସାମାଜିକ ଦୂରତ୍ୱ କଥା କୁହାଯାଉଛି । ଲକ୍‌ଡାଉନ୍‌ ବେଳେ ମଧ୍ୟ ରୂପଜୀବୀଙ୍କ କାରବାର ମାନ୍ଦା ରହିଛି । ଜୀବନ ଓ ଜୀବିକା ବଞ୍ଚାଇବା ପାଇଁ ସେମାନେ ସଂଘର୍ଷ କରୁଛନ୍ତି। ଏହି ସମୟରେ ସେମାନେ ଡିଜିଟାଲ୍‌ ଉପାୟ ବା ଭର୍ଚୁଆଲ୍‌ରେ କାରବାର କରୁଛନ୍ତି । ବୀନା (ଛଦ୍ମନାମ) କେରଳର କୋଲାମର ବସବାସ କରନ୍ତି । ତାଙ୍କର ଜୀବିକା ଥିବା ଦେହ ବ୍ୟବସାୟ । ଜୀବନରେ କେବେବି ତାଙ୍କୁ ଅନ୍‌ଲାଇନ୍‌ ଏହି କାମ କରିବା ପାଇଁ ପଡିବ ବୋଲି ଭାବି ନଥିଲେ ।

ଲକ୍‌ଡାଉନ୍ ବେଳେ ଏହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା । ଧୀରେ ଧୀରେ ଅନ୍ୟ ଦେହଜୀବୀମାନେ ଅନ୍‌ଲାଇନ୍ ବା ଭର୍ଚୁଆଲ୍‌ ହୋଇଥିଲେ । ଏବେ ବୀନା ବାଧ୍ୟ ହୋଇ ଭର୍ଚୁଆଲ୍‌ ବ୍ୟବସାୟକୁ ଆପଣେଇ ନେଇଛନ୍ତି। ଏଥିପାଇଁ ଅନ୍‌ଲାଇନ୍‌ ପେମେଣ୍ଟ ମଧ୍ୟ ନେଉଛନ୍ତି। ମାତ୍ର ଆଗ ପରି ରୋଜଗାର ହେଉ ନଥିବା କଥା ବିନା କହିଛନ୍ତି।

କେରଳରେ ଅନେକ ଦେହଜୀବୀ ଏବେ ଡିଜିଟାଲ୍ ବା ଭର୍ଚୁଆଲ୍‌ ଉପାୟକୁ ଆପଣେଇ ନେଇଛନ୍ତି । ଭର୍ଚୁଆଲ୍‌ରେ ଲାଇଭ୍‌ ଭିଡିଓ ଚାଟ୍‌ ପାଇଁ ମାତ୍ର ୧୦୦ ରୁ ୨୦୦ ଟଙ୍କା ମିଳୁଥିବା କଥା ସେ କହିଛନ୍ତି। ଏବେ ଏହି ସମୟରେ ସେହି ଟଙ୍କା ହିଁ ଭରସା ବୋଲି ବୀନାଙ୍କ ସହ ତାଙ୍କ ସାଥୀମାନେ କହିଛନ୍ତି। ଡିଜିଟାଲ୍‌ ପେମେଣ୍ଟ ଆପ୍‌ରେ ଏବେ ବୀନା ଟଙ୍କା ନେଉଛନ୍ତି।

କେରଳରେ ଥିବା ଦେହଜୀବୀମାନଙ୍କୁ ଏବେ ସୋସିଆଲ୍‌ ଡିଷ୍ଟାନ୍‌ସିଂ ନେଇ ସଚେତନ କରାଯାଉଥିବା କେରଳ ଷ୍ଟେଟ୍‌ ଏଡସ୍‌ କଣ୍ଟ୍ରୋଲ ସୋସାଇଟିର ଅଧ୍ୟକ୍ଷ ଡକ୍ଟର ରମେଶ ଆର୍‌ କହିଛନ୍ତି।
ଫିଜିକାଲ୍ ଇଣ୍ଟାରାକ୍‌ସନ୍‌ରେ କରୋନା ଭୁତାଣୁ ସଂକ୍ରମଣର ଅଧିକ ଡର ରହିଥାଏ । ମାତ୍ର ଫୋନ୍‌ ବା ଭର୍ଚୁଆଲ୍‌ ଉପାୟରେ ସଂକ୍ରମଣର ଆଶଙ୍କା ନାହିଁ । କେରଳରେ ସରକାରୀ ଭାବେ ୧୫,୮୦୨ ମହିଳା ଓ ୧୧,୭୦୭ ପୁରୁଷ ଦେହଜୀବୀ ଅଛନ୍ତି ।ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁନାହାନ୍ତି । ଲକ୍‌ଡାଉନ୍‌ ପରେ କେତର ବାଧ୍ୟ ହୋଇ ଏହି ଭର୍ଚୁଆଲ୍‌ ଉପାୟକୁ ଆପଣଉଛନ୍ତି ।

Leave a Reply

Your email address will not be published. Required fields are marked *