ଭୁବନେଶ୍ୱର ଏମ୍ସର ୪ ଜଣ ଡାକ୍ତର କରୋନା ପଜିଟିଭ୍

ଭୁବନେଶ୍ୱର:-ଭୁବନେଶ୍ୱର ଏମ୍‌ସର ୪ଜଣ ଡାକ୍ତର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମନଙ୍କ ମଧ୍ୟରୁ ୩ଜଣ ସିନିୟର ରେସିଡେଣ୍ଟ ଡାକ୍ତର ଓ ଜଣେ ଜୁନିଅର ଡାକ୍ତର ରହିଛନ୍ତି ।

ଏହି ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଡର୍ମାଟୋଲୋଜି ବିଭାଗର ଜଣେ, ଫାର୍ମାକୋଲୋଜି ବିଭାଗ, ପାଥାଲୋଜି ଓ ସର୍ଜରୀ ବିଭାଗର ଜଣେ ଲେଖାଏଁ ଡାକ୍ତର ବୋଲି ସୂଚନା ମିଳିଛି । ଏନେଇ ଏମ୍ସ ନିର୍ଦ୍ଦେଶିକ ଡକ୍ଟର ବି ଗୀତାଞ୍ଜଳୀ ସୂଚନା ଦେଇଛନ୍ତି ।

ତେବେ ଏହି ଚିକିତ୍ସକମାନେ କିପରି କୋଭିଡ୍-୧୯ ସଂକ୍ରମିତ ହେଲେ ତାହା ସ୍ପଷ୍ଟ ହୋଇନାହିଁ । ସଂପୃକ୍ତ ଡାକ୍ତରମାନେ ଆଉ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହାର ଯାଞ୍ଚ ଚାଲିଥିବା ଜଣାଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମେ ୧୧ରେ ଏମ୍‌ସର ୪ଜଣ ଡାକ୍ତର ଓ ୨ଜଣ ଆଚେଣ୍ଡାଣ୍ଟକୁ କ୍ୱାରେଣ୍ଟାଇନରେ ପଠାଯାଇଥିଲା ।

Leave a Reply

Your email address will not be published. Required fields are marked *