ରଥଯାତ୍ରା ବନ୍ଦ ଆବେଦନ ଉପରେ ଶୁଣାଣି କଲେ ହାଇକୋର୍ଟ, କହିଲେ, ସ୍ଥିତି ଦେଖି ନିଷ୍ପତି ନିଅନ୍ତୁ ରାଜ୍ୟ ସରକାର
ଭୁବନେଶ୍ୱର: :– ରଥଯାତ୍ରାକୁ ନେଇ ସମ୍ଭାବନା ବଢୁଛି । ତେବେ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି ହାଇକୋର୍ଟ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ମାନି ସେତେବେଳର ସ୍ଥିତିକୁ ଦେଖି ସରକାର ରଥଯାତ୍ରା ନେଇ ଚୂଡାନ୍ତ ନିଷ୍ପତି ନେବେ ବୋଲି ସ୍ପଷ୍ଟ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ରଥଯାତ୍ରା ହେଲେ ସାମାଜିକ ଦୂରତା ରହିବ ନାହିଁ , ତେଣୁ ଚଳିତ ବର୍ଷ ରଥଯାତ୍ରା ବନ୍ଦ କରିବାକୁ ହାଇକୋର୍ଟରେ ଆବେଦନ ହୋଇଥିଲା । ମଙ୍ଗଳବାର ଏହି ମାମଲାର ଶୁଣାଣି କରି ହାଇକୋର୍ଟ ସବୁ ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି ।କରୋନା ପାଇଁ ଏଥର ମନ୍ଦିର ଭିତରେ ହେଲା ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ନୀତି । ବିନା ଭକ୍ତରେ ସ୍ନାନଯାତ୍ରା ବି ହେଲା । ଏବେ ଆଗକୁ ରଥଯାତ୍ରା । ତେବେ ରଥଯାତ୍ରା ଆୟୋଜନ ନେଇ ଚିନ୍ତାରେ ଅଛି ପ୍ରଶାସନ । ରଥଖଳାରେ କିନ୍ତୁ ଆଗେଇ ଚାଲିଛି ରଥନିର୍ମାଣ କାମ । ହାତରେ ସମୟ କମ୍ ଥିବାରୁ ବିଶ୍ୱକର୍ମା ସେବାୟତ ଲାଗିପଡିଛନ୍ତି ରଥ ତିଆରିରେ ।ଜୁନ୍ ୨୩ ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।