ନାଗସାପର ଆତଙ୍କ: ଗାଁରୁ ଉଦ୍ଧାର ହେଲା ୨୦୦ ନାଗ ଛୁଆ ଆଉ ଗୋଟେ ବଡ଼ ନାଗ

ଭଦ୍ରକ:- କିଛିଦିନ ପୂର୍ବରୁ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଘର ଲୋକେ ସାପକୁ ଦେଖି ଭୟରେ ଘର ଛାଡି ଦେଇଥିଲେ। କିନ୍ତୁ ସାପ ଧରିବାକୁ ଘର ଓ ବାହାରେ ଜାଲ ବିଛା ଯାଇଥିଲା। ସେହି ଦୁଇଟି ସାପ ମଧ୍ୟରୁ ଗୋଟିଏ ଜାଲରେ ପଡ଼ିଛି କିନ୍ତୁ ଆଉ ଗୋଟେ ସାପ ଖସି ଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶ୍ୟାମପୁର ପାଇକସାହି ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଗାଁର ପାଣ୍ଡବ ସାହୁଙ୍କ ସ୍ତ୍ରୀ ମାନସୀ ଶୋଇବା ବେଳେ ଚିତ୍କାର କରିଥିଲେ। ଘର ଲୋକଙ୍କୁ କହିଥିଲେ ଯେ, ତାଙ୍କୁ ସାପ କାମୁଡ଼ିଛି। ଏହା ପରେ ତୁରନ୍ତ  ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମାନସୀଙ୍କ ମୃତ୍ୟୁ ପରେ ଘର ଲୋକେ ସେହି ଘରେ ନରହି ପଡୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି । ସାପକୁ ଧରିବା ପାଇଁ ସେମାନେ ଘର ଓ ବାହାରେ ଜାଲ ବିଛାଇଥିଲେ । ସକାଳୁ ଗୋଟିଏ ନାଗ ସାପ ଜାଲରେ ପଡିଥିବା ବେଳେ ଜାଲ ଖୋଲିବା ବେଳେ ଆଉ ଗୋଟିଏ ସାପ ଖସିଯାଇ ଘର ଭିତରେ ଥିବା ଗାତରେ ପଶି ଯାଇଥିବା ସୂଚନା ମିଳିଛି । ତେବେ ବନବିଭାଗ କର୍ମଚାରୀ ନାଗ ସାପଟିକୁ ଉଦ୍ଧାର କରିଛନ୍ତି । ତେବେ କିଛିଦିନ ପୂର୍ବରୁ ସେହି ଗାଁର ବିଜୟ ଭୂୟାଁଙ୍କ ଘରୁ ୨୦୦ ରୁ ଅଧିକ ସାପ ଓ ସାପ ଛୁଆକୁ ଉଦ୍ଧାର କରିଥିଲା ବନ ବିଭାଗ ।

Leave a Reply

Your email address will not be published. Required fields are marked *