ରାଜ୍ୟରେ କାଲି ଖୋଲିବନି କୌଣସି ଧାର୍ମିକସ୍ଥଳ, ଜୁନ୍ ୩୦ ଯାଏ ଜାରି ରହିବ କଟକଣା

ଭୁବନେଶ୍ୱର: :- ଆସନ୍ତାକାଲି ରାଜ୍ୟରେ ଖୋଲିବ ନାହିଁ ମନ୍ଦିର ଓ ଅନ୍ୟ ଧାର୍ମିକ ପୀଠ । ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ସମେତ ଏଏସଆଇ ଅଧୀନରେ ଥିବା ରାଜ୍ୟର ୪୬ ଟି ପୀଠ ଖୋଲିବାକୁ କେନ୍ଦ୍ର ସରକାର ପ୍ରେସ୍ ରିଲିଜ୍ ଜାରି କରିବା ପରେ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା, ତାକୁ ଦୂର କରିଛନ୍ତି ରାଜ୍ୟ ସରକାର । ଜୁନ ୩୦ ଯାଏଁ ରାଜ୍ୟରେ ମନ୍ଦିର ଖୋଲିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ପୂର୍ବରୁ ଯେଉଁ କଟକଣା ରହିଥିଲା ଜୁନ ୩୦ ଯାଏଁ ତାହା ଜାରି ରହିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର ।ଆଜି ପିଆଇବି ଜାରି କରିଥିବା ପ୍ରେସ ରିଲିଜରେ ପୁରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ଭୁବନେଶ୍ୱର ଉପକଣ୍ଠ ୬୪ ଯୋଗିନୀ ପୀଠ, ଢ଼େଙ୍କାନାଳର କପିଳାସ ପୀଠ ଆଦି ଏଏସଆଇ ଅଧୀନରେ ଥିବା ୪୬ଟି ପୀଠକୁ ଭକ୍ତଙ୍କ ପାଇଁ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଏ ନେଇ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ଅନୁରୋଧ କରିଥିଲା କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟ । ଏହା ସହ ଦେଶର ୮୨୦ ଟି ଐତିହାସିକ ସ୍ଥଳୀ ଖୋଲିବାକୁ କୁହାଯାଇଥିଲା । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ, ଏ ନେଇ ନିଷ୍ପତି ନେଇପାରିବେ ବୋଲି କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *