ସୋନୁ ସୁଦଙ୍କ ସାହାଯ୍ୟ ଦ୍ୱାରା ମୁମ୍ବାଇ ରୁ ବିହାର ପହଞ୍ଚିଥିବା ଜଣେ ଗର୍ଭବତୀ ମହିଳା ନିଜ ପୁଅର ନାଁ ରଖିଲେ ସୋନୁ ସୁଦ …

କରୋନା ମହାମାରୀ ମଧ୍ୟ ରେ ବଲିଉଡ ର ଅଭିନେତା ସୋନୁ ସୁଦ ଅନେକ ଗରିବ ଲୋକ ଙ୍କୁ ସହାୟତା କରିଥିଲେ ଓ ତାଙ୍କୁ ନିଜ ନିଜ ଘର କୁ ପହଞ୍ଚିଥିଲେ I ଗୋଟେ ପଟେ ସେ ଜଣେ ଅଭିନେତା ହେଇ କୋଟି କୋଟି ଲୋକ ଙ୍କ ମଧ୍ୟ ରେ ପରିଚୟ ସୃଷ୍ଟି କରିଛନ୍ତି ତ ଅନ୍ୟପଟେ ନିଜ ର ଜନସାଧାରଣ ଙ୍କ ର ସେବା କରିବା କୁ ନେଇ ମଧ୍ୟ ଆହୁରି ଅଧିକ ଲୋକପ୍ରିୟ ହେଇପାରିଛନ୍ତି I ସବୁ ଲୋକେ ଘରେ ଶାନ୍ତି ରେ ବସିଥିବା ସମୟ ରେ ସୋନୁ ସୁଦ ଏହି ସମୟ ରେ ଗରିବ ଲୋକ ଙ୍କୁ ନିଜ ନିଜ ଘର କୁ ପଠାଇବା କାର୍ଯ୍ୟ ରେ ଲାଗିଛନ୍ତି I

ସୋନୁ ସୁଦ ଙ୍କ ର ଏପରି ଉତ୍ତମ ବ୍ୟକ୍ତିତ୍ୱ କୁ ନେଇ ଅନେକ ଲୋକେ ଉପକୃତ ମଧ୍ୟ ହେଇପାରିଛନ୍ତି I ସେହିପରି ଆଉ କିଛି କଳାକାର ମଧ୍ୟ ଅଛନ୍ତି ଯେଉଁମାନେ ଗରିବ ଲୋକ ଙ୍କ ପାଁଇ କୋଟି କୋଟି ସହାୟତା ପ୍ରଦାନ କରିଛନ୍ତି I ତେବେ ବର୍ତମାନ ସମୟ ରେ ଏକମାତ୍ର ସୋନୁ ସୁଦ ଯିଏ କି ନିଜେ ମୈଦାନ କୁ ଓଲ୍ହାଇ ଗରିବ ଙ୍କ ପାଖ ରେ ପହଂଚିବା ସହ ତାଙ୍କ ର ସହାୟତା ମଧ୍ୟ କରିଛନ୍ତି I

ଏପରି କଠିନ ସମୟ ରେ ସୋନୁ ସୁଦ କରିଛନ୍ତି ସହାୟତା

ବର୍ତମାନ ସୁଦ୍ଧା ସୋନୁ ସୁଦକୋଟି କୋଟି ଶ୍ରମିକ ଙ୍କୁ ତାଙ୍କ ଘରେ ପହଞ୍ଚାଇ ସାରିଛନ୍ତି I ଏହା ପରେ ସାରା ଦେଶବାସୀ ତାଙ୍କ ର ଏହି କାର୍ଯ୍ୟ କୁ ନେଇ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି I ଏହିପରି ଜଣେ ମହିଳା ନିଜ ର ଜନ୍ମ ନେଇଥିବା ସନ୍ତାନ ର ନାମ ମଧ୍ୟ ସୋନୁ ସୁଦ ରଖିଛନ୍ତି I

ସୋସିଆଲ ମିଡ଼ିଆ ରେ ଜଣେ ବ୍ୟକ୍ତି କହିଛନ୍ତି କି ଲକଡାଉନ ସମୟ ରେ ଜଣେ ଗର୍ଭବତୀ ମହିଳା ଙ୍କୁ ସୋନୁ ସୁଦ ତାଙ୍କ ଘରେ ବିହାର ରେ ପହଞ୍ଚିଥିଲେ I ସୋନୁ ସୁଦ ଙ୍କ ର ଏପରି ସହାୟତା କୁ ନେଇ ଲୋକେ ତାଙ୍କୁ ଅନେକ ପ୍ରଶଂସା କରିଛନ୍ତି I

ସୋନୁ ସୁଦ ଙ୍କ ଦ୍ୱାରା କରାଯାଇଥିବା ସହାୟତା ଦ୍ୱାରା ଏହି ଗର୍ଭବତୀ ମହିଳା ମୁମ୍ବାଇ ରୁ ଦରଭଙ୍ଗା ବିନା କୌଣସି ସମସ୍ୟା ରେ ଯାଇ ପହଂଚିଥିଲେ I ଏବଂ ଏହି ମହିଳା ଙ୍କ ର ଜନ୍ମ ହେଇଥିବା ସନ୍ତାନ ର ନାମ ସେ ସୋନୁ ସୁଦ ହିଁ ରଖିଥିଲେ I ଜଣେ ଟ୍ୱିଟର ୟୁଜର ଏହା କହିଛନ୍ତି କି ସୋନୁ ସୁଦ ଯାହା କହିଥାନ୍ତି ତାହା କରିଥାନ୍ତି ଓ ପ୍ରତିଟି ବ୍ୟକ୍ତି ଙ୍କୁ ସଂମାନ ମଧ୍ୟ ଦେଇଥାନ୍ତି I

ଏହା କୁ ନେଇ ସୋନୁ କହିଲେ- ‘ଏହା ମୋ ପାଁଇ ସବୁଠାରୁ ବଡ଼ ଆୱାର୍ଡ ଅଟେ’ |

Leave a Reply

Your email address will not be published. Required fields are marked *