ଶ୍ରମିକଙ୍କ ମୃତ ଦେହକୁ ଗାଁରେ ପଶିବାକୁ ଦେଲା ନାହିଁ ପ୍ରଶାସନ

ମାଲକାନାଗିରି: ପେଟପଟଣା ପାଇଁ  ମୂଲ ଲାଗିବାକୁ ହାଇଦ୍ରାବାଦ ଯାଇଥିବା ୧୬ ବର୍ଷର ନାବାଳକ ମୃତଦେହ ହୋଇ ଫେରିଲା ଘରକୁ। ହ୍ରାଇଦ୍ରାବାଦରେ କାମ କରୁଥିବା ଜଣେ ଶ୍ରମିକ ମୃତ୍ୟୁବରଣ କରିବା ପରେ ତାଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଅଣାଯାଉଥିଲା । ତେବେ ମୋଟୁ ସୀମାରେ ନିୟୋଜିତ କର୍ମଚାରୀ ଆମ୍ବୁଲାନ୍ସକୁ ଛାଡ଼ିନଥିବା ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ,  ଆମ୍ବୁଲାନ୍ସଟି ଅଧିକ ୨ଶହ କିଲୋମିଟର ବୁଲି ଚିତ୍ରକୋଣ୍ଡା ଦେଇ ମୃତକଙ୍କ ଗାଁରେ ପହଞ୍ଚିଥିଲା । ମୃତକ ହେଲେ ବାସୁଦେବ କୁରାମୀ । ଦଶଦିନ ତଳେ ସେ ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ତେଲେଙ୍ଗାନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରାଇବା ପରେ ଘରକୁ ଫେରାଇ ନେବାକୁ ପୋଲିସକୁ ଅନୁମତି ମାଗିଥିଲେ । ତେବେ ସେଠାରେ ଅସୁସ୍ଥ ବାସୁଦେବଙ୍କ ମୃତ୍ୟୁ ହୋଇଯାଇଥିଲା ।

ଏହାପରେ ଆମ୍ବୁଲାନ୍ସରେ ମୃତଦେହ ଆଣିବା ବେଳେ ମୋଟୁ ସୀମାରେ ପ୍ରବେଶ ଅନୁମତି ମିଳିନଥିବା ଅଭିଯୋଗ ହୋଇଛି । ପ୍ରଶାସନ ଶ୍ରମିକଙ୍କ ମୃତଦେହକୁ ଅସମ୍ମାନ କରିଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି । ତେବେ ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି ।

Leave a Reply

Your email address will not be published. Required fields are marked *