ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ
ଜୟପୁର:-ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ । ଫୁଲବାଡ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କମଳାଙ୍କ ଚିକିତ୍ସା ଚାଲିଛି । ଉଚ୍ଚ ରକ୍ତଚାପ ଓ ଅଣ୍ଟା ବ୍ୟଥା ଯୋଗୁ ଅସୁସ୍ଥ ଅଛନ୍ତି । ଚିକିତ୍ସା ପରେ ସୁସ୍ଥ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ସୋମବାର ତାଙ୍କୁ ଡିସ୍ଚାର୍ଜ କରାଯିବ ବୋଲି ଜଣାପଡିଛି ।
ପଦ୍ମଶ୍ରୀ କମଳାଙ୍କ କହିବା ଅନୁସାରେ, କିଛି ଦିନ ହେବ ଅଣ୍ଟା ବ୍ୟଥା ହେବା ସହ ମୁହଁ ବୁଲାଉଥିଲା । ଏହା ସହ ଶରୀର ଗରମ ଥିଲା । ଖରା ଯୋଗୁ ଏଭଳି ହୋଇଥିବା ଭାବି ଚୁପ୍ ରହିଥିଲି । ଶନିବାର ଅତିରିକ୍ତ ତହସିଲଦାର ନିଳାମ୍ବର ପୂଜାରୀ ଘରକୁ ଆସିଥିଲେ । ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟ ଖରାପ ଜାଣିବା ପରେ ଶନିବାର ଅପରାହ୍ନ ୨ଟାରେ ତାଙ୍କ ଗାଡିରେ ମେଡିକାଲ ନେଇଥିଲେ ।
ଡାକ୍ତର ପରୀକ୍ଷା କରିବା ପରେ ରକ୍ତଚାପ ଅଧିକ ଥିବା ଜଣାପଡିଥିଲା। ସଙ୍ଗେ ସଙ୍ଗେ ସାଲାଇନ୍ ଓ ଇଞ୍ଜେକ୍ସନ ଦେଇଥିଲେ । ଇସିଜି ପରୀକ୍ଷା କରିଥିଲେ । ଏବେ ସୁସ୍ଥ ଅଛନ୍ତି । ପୂର୍ବ ଭଳି ମୁହଁ ବୁଲାଉନାହିଁ । ଅଣ୍ଟବ୍ୟଥା ମଧ୍ୟ କମିଯାଇଛି । ଉଚ୍ଚ ରକ୍ତଚାପ ଔଷଧ ଶେଷ ହୋଇଯାଇଥିବାରୁ ଖାଇ ନଥିଲେ । ଏଥିପାଇଁ ରକ୍ତଚାପ ବଢି ଯାଇଥିଲା । ମେଡିକାଲ ପକ୍ଷରୁ ସବୁ ସୁବିଧା କରାଯାଇଛି ।