ଭୂକମ୍ପରେ ଥରିଲା ଦିଲ୍ଲୀ, ଦୁଇ ମାସରେ ହୋଇସାରିଛି ୧୦ ଥର
ଦିଲ୍ଲୀ:-ରାଜଧାନୀ ଦିଲ୍ଲୀରେ ପୁଣିଥରେ ଭୂକମ୍ପ। ସୋମବାର ମଧ୍ୟାହ୍ନ ୧ଟା ବେଳେ ଭୂକମ୍ପର ଏହି ଝଟକା ଦିଲ୍ଲୀ-ଗୁରଗାଓଁ ସୀମାରେ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୧ ମପାଯାଇଛି। ଏହାର ଗଭୀରତା ଦିଲ୍ଲୀ-ଗୁରଗାଓଁ ସୀମାଠାରୁ ୧୮ କିଲୋମିଟର ଥିଲା। ଭୂକମ୍ପ ଦ୍ବାରା ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ।
ଉଲ୍ଲେଖନୀୟ ଯେ, ଗତ ଦୁଇ ମାସ ଭିତରେ ଦିଲ୍ଲୀ-ଏନସିଆରରେ ୧୦ ଥର ଭୂକମ୍ପ ହୋଇସାରିଛି। ଦୀର୍ଘ ସମୟ ପରେ ଭୂକମ୍ପର କେନ୍ଦ୍ର ଦିଲ୍ଳୀ, ଫରିଦାବାଦ ଓ ରୋହତକ ରହିଛି। ପ୍ରଶ୍ନ ଏହା ଯେ, କ’ଣ ଏହା କୌଣସି ବଡ ବିପଦର ସଙ୍କେତ ନା ସାଧାରଣ କଥା? ଭାରତ ସରକାରଙ୍କ ରେକର୍ଡ କହୁଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଳୀ-ଏନସିଆର ଭୂକମ୍ପକୁ ନେଇ ଅଧିକ ତୀବ୍ରତା ଜୋନ୍ ୪ଟି ରହିଛି। ଯେଉଁଠି ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮ରୁ ଅଧିକ ହେବାର ସମ୍ଭାବନା ରହିଛି।