ଚାକିରୀ ହରାଇବାକୁ ନେଇ ଚାପଗ୍ରସ୍ତ,ପୋଖରୀକୁ ଡେଇଁ ଯୁବତୀ କଲେ ଆତ୍ମହତ୍ୟା ଉଦ୍ୟମ,

ଭୁବନେଶ୍ୱର:-ନଯାପଲ୍ଲୀ ଥାନା ମମ ତାଜ ଅଲୀ ହାଇସ୍କୁଲ ନିକଟରେ ଥିବା ଏକ ପୋଖରୀକୁ ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବତୀ ଜଣକ ପାଣି ଭିତରେ ବୁଡି ଯାଉଥିବା ଦେଖ୍ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାର୍ଯ୍ୟରେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛନ୍ତି । ଯୁବତୀ ଜଣଙ୍କ ଘର ଖୋର୍ଦ୍ଧା ହୋଇଥିବା ଜଣାପଡିଛି। ସେ  ନିକଟରେ ଘର ଭଡ଼ାକୁ ନେଇ ଭଉଣୀ ସହ ରହୁଥିଲେ । ନିକଟରେ ଏକ ବ୍ୟାଙ୍କରେ ଚାକିରି କରୁଥିବା ବେଳେ କିଛି ଦିନ ହେବ ତାଙ୍କର ଚାକିରି ଚାଲିଯାଇଥିଲା । ଯାହାକୁ ନେଇ ସେ ମାନସୀକ ଚିନ୍ତାରେ ଥିଲେ । ଚାକିରି ଚାଲିଯିବାରୁ ଯୁବତୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି କୁହାଯାଉଛି। ଏପରିକି ଯୁବତୀ ଜଣକ ପୋଖାରୀକୁ ଡେଇଁବା ପୂର୍ବରୁ ନିଶା ବକୋ ଖାଇବା ଜଣାପଡିଛି । ଯୁବତୀ ଜଣଙ୍କ କେଉଁ କାରଣ ପାଇଁ ଆମୁହତ୍ୟା ଉଦ୍ୟମ କରିଥିଲେ ସେନେଇ ନୟାପଲା ଯୋଲିସ ଛାନଭିନ୍ କରୁଛି ।

ମମତାଜ  ଅଲୀ ହାଇସ୍କୁଲ ନିକଟରେ ଭଡାରେ ନିଜ ଉଭଣୀ ସହ ଯୁବତୀ ଜଣଙ୍କ ରହୁଛନ୍ତି । ହେଲେ ଡାଉନ ପୂର୍ବରୁ ତାଙ୍କ ଭଉଣୀ ଗାଁକୁ ଚାଲିଯାଇଥିଲେ । ସେ ଏଠାରେ ଏକାକି ଥିଲେ । ହେଲେ ନିକଟରେ ବ୍ୟରେ କରୁଥିବା ଡାକିଭିନ୍ତୁ ତାଙ୍କୁ ବାହାର କରିଦେଇଥିଲେ । ଯାହାକୁ ନେଇ ଚିନ୍ତାରେ ଥିଲେ ବୋଲି କୁହାଯାଉଛି । ରବିବାର ଅପରାଙ୍କୁ ପ୍ରାୟ ୪ଟା ସମୟରେ ଯୁବତୀ ଜଣଙ୍କ ପୋଲିସ ନିକଟରେର  ରାଧାକୃଷ୍ଣ ମନ୍ଦିରରେ ବସିଥିଲେ । ହେଲେ ଅପରାହ୍ନ ପ୍ରାୟ ୫ ସମୟରେ ଯୁଦତୀ ଜଣଙ୍କ ହଠାତ୍ ପୋଲିସ କୂଳକୁ ଯାଇ ପାଣି ଭିତରକୁ ଡେଇଁ ପଲେ ।

Leave a Reply

Your email address will not be published. Required fields are marked *