ସଟଡାଉନର ଆଜି ଦ୍ୱିତୀୟ ଦିନ: ଜରୁରୀ ସେବାକୁ ବାଦ ଦେଲେ ସବୁ ବନ୍ଦ

ଭୁବନେଶ୍ୱର:-ରାଜ୍ୟରେ ୧୧ ଜିଲ୍ଲାରେ ଚାଲିଛି ଦୁଇଦିନିଆ ସଟଡାଉନ । ୧୧ ଜିଲ୍ଲାରେ ଲାଗୁ ହୋଇଛି ସାପ୍ତାହିକ ସଟଡାଉନ୍ । କରୋନା ପ୍ରଭାବ ଅଧିକ ଥିବା ୧୧ଟି ଜିଲ୍ଲା ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ସଟଡାଉନ ରହିଛି । ଏହି ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ । ଡାକ୍ତରଖାନା ଓ ଔଷଧ ଦୋକାନ ଖୋଲା ରହିବ । ପେଟ୍ରୋଲ ପମ୍ପ ମଧ୍ୟ ଖୋଲାରହିବ ।

ସଟଡାଉନ ସମୟରେ ଏହି ୧୧ଟି ଜିଲ୍ଲାରେ ମ୍ୟୁନିସପାଲ ପ୍ରଶାସନ, ଦମକଳ ସେବା, ଶକ୍ତି ବିଭାଗ, ଟେଲିଫୋନ ସେବା ,ଜଳ ଯୋଗାଣ ଓ ବିଦ୍ୟୁତ ସେବା ଜାରି ରହିବ । ମାଲ ପରିବହନ କରୁଥିବା ଯାନ ଉପରେ କୈାଣସି କଟକଣା ନାହିଁ । ଶିଳ୍ପାନୁଷ୍ଠାନ, ସର୍ଭିସ ସେକ୍ଟର ଚାଲୁ ରହିବ । ହୋଟେଲ ଓ ହସ୍ପିଟାଲିଟି ସେବାକୁ ବି ଅନୁମତି ଦେଇଛନ୍ତି ସରକାର । ପବ୍ଲିକ ଟ୍ରାନସପୋର୍ଟ ଯାନ ଓ ଟାକ୍ସି ସେବା ଜାରି ରହିବ ଲୋକେ ବସଷ୍ଟାଣ୍ଡ, ରେଳଷ୍ଟେସନ ଓ ବିମାନ ବନ୍ଦରକୁ ଯାତାୟତ କରିପାରିବେ । ସଟଡାଉନ ପରେ ବିଭିନ୍ନ ସ୍ଥାନରେ ଯାଂଚ ପ୍ରକ୍ରିୟାକୁ କଡାକଡି କରାଯାଇଛି ।ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଯଦି ଏଭଳି ଲମ୍ବା ଅବଧିର ସଟ୍‌ଡାଉନ ଲାଗୁ କରାଯାଏ, ଲୋକଙ୍କ ସୁବିଧାକୁ ମଧ୍ୟ ନଜର ରଖାଯିବ । ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କଟକଣା କୋହଳ କରାଯିବ । ଏହି ସମୟରେ ଅନଲାଇନ ଓ ହୋମ୍‌ ଡେଲିଭରି ବ୍ୟବସ୍ଥାକୁ ବ୍ୟାପକ କରାଯିବ । ଖାଦ୍ୟ ସାମଗ୍ରୀ, ପନିପରିବା, ଆମିଷ କିଣାକିଣି ପାଇଁ କିଛି ନିର୍ଦ୍ଦିଷ୍ଟ ସମୟ ରଖାଯାଇପାରେ । ହେଲେ ଏଥିପାଇଁ ଚାଲି କରି କିମ୍ବା ସାଇକେଲରେ ଯିବାକୁ ପଡ଼ିପାରେ । ସବୁ ସମୟରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ । ଏଭଳି ପ୍ରସ୍ତାବ ଉପରେ ବିଚାର କରାଯାଉଛି । ଯଦି ଲୋକେ ବେଫିକର ହୋଇ ସାମାଜିକ ଦୂରତା ନମାନିବେ, ବାଧ୍ୟ ହୋଇ ସରକାର ଲମ୍ବା ସଟ୍‌ଡାଉନ୍‌ ଭଳି ଚରମ ପଦକ୍ଷେପ ନେଇପାରନ୍ତି ।ଜୁନ୍‌ ମାସ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିସାରିଛନ୍ତି । ଏ ନେଇ ଲୋକଙ୍କୁ ସତର୍କ ମଧ୍ୟ କରାଇଛନ୍ତି । ଯଦି ଲୋକେ ଏବେ କଟକଣାକୁ ନ ମାନିବେ, ମାର୍ଚ୍ଚରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ଓ ରାଜ୍ୟବାସୀ କରିଥିବା ସବୁ ପରିଶ୍ରମ ଓ ତ୍ୟାଗ ବୃଥା ହୋଇଯିବ । ଏବେ ରାଜ୍ୟରେ କ୍ୱାରେଣ୍ଟାଇନ ସଂକ୍ରମିତ ସହ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଲୋକଙ୍କ ଜୀବିକା ବଞ୍ଚାଇବା ପାଇଁ ଲକ୍‌ଡାଉନ ସାମାନ୍ୟ କୋହଳ କରାଯାଇଥିବାବେଳେ ଅଧିକାଂଶ ଲୋକେ ଆଉ କଟକଣାକୁ ମାନୁନାହାନ୍ତି । ଏପଟେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଆଜି ସର୍ବାଧିକ ୧୭୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସବୁଠୁ ବେଶି ଡର ବଢ଼ାଇଛି ରାଜଧାନୀ ସ୍ଥିତି ।

Leave a Reply

Your email address will not be published. Required fields are marked *