ରାଜ୍ୟ ପୁଲିସ୍ରେ ଅଦଳବଦଳ: ୨୦ ଇନ୍ସପେକ୍ଟର, ୩୯ ଏସ୍ଆଇଙ୍କ ବଦଳି
କଟକ:-ରାଜ୍ୟ ପୁଲିସ୍ ବାହିନୀରେ ଇନ୍ସପେକ୍ଟର ଓ ଏସ୍ଆଇ ସ୍ତରରେ ଅଦଳବଦଳ କରାଯାଇଛି । ଏନେଇ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅଦଳବଦଳ ପ୍ରକ୍ରିୟାରେ ନିକଟରେ ଏସ୍ଆଇରୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇଥିବା ୪ ଜଣ ଇନ୍ସପେକ୍ଟରଙ୍କୁ ମିଶାଇ ମୋଟ ୨୦ ଜଣ ଇନ୍ସପେକ୍ଟରଙ୍କ ବଦଳି କରାଯାଇଛି । ବଦଳି ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ଇନ୍ସପେକ୍ଟର ଦିଲ୍ଲୀପ ସ୍ୱାଇଁଙ୍କୁ କମିସନରେଟ୍ ପୁଲିସ୍ରୁ ଗଞ୍ଜାମ ବଦଳି କରାଯାଇଛି ।
ସେହିପରି ଜୟଦେବ ବିଶ୍ୱଜିତ୍ଙ୍କୁ କମିସନରେଟ୍ ପୁଲିସ୍ରୁ ରେଳବାଇ ପୁଲିସ୍ ତଥା ଏସ୍ଆରପି କଟକ, ଜ୍ଞାନେନ୍ଦ୍ର ସାହୁଙ୍କୁ କମିସନରେଟ୍ରୁ ପୁରୀ, ସରୋଜ ସାହୁଙ୍କୁ ପୁରୀରୁ କମିସନରେଟ୍ ପୁଲିସ୍, ଯୁବରାଜ ସ୍ୱାଇଁଙ୍କୁ ଗଞ୍ଜାମରୁ କମିସନରେଟ୍ ପୁଲିସ୍, ପ୍ରଜ୍ଞାପରମିତା ଜେନାଙ୍କୁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସ୍ଟିଏଫ୍)ରୁ ନୟାଗଡ଼, ନିବେଦିତା ଦାସଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ରୁ ଏସ୍ଆରପି କଟକ, ଆଲୋକ ଜେନାଙ୍କୁ ଏସ୍ଟିଏଫ୍ରୁ ଭଦ୍ରକ, ସୁମନ୍ତ କିଶନଙ୍କୁ ବ୍ରହ୍ମପୁରରୁ କେନ୍ଦ୍ରାପଡ଼ା, ଗୌରାଙ୍ଗଚରଣ ସାହୁଙ୍କୁ ବ୍ରହ୍ମପୁରରୁ ଭଦ୍ରକ, ରାମକୁମାର ମୁର୍ମୁଙ୍କୁ କେନ୍ଦ୍ରାପଡ଼ାରୁ ବ୍ରହ୍ମପୁର, ଭରତ ଚନ୍ଦ୍ର ସାହୁଙ୍କୁ କଟକ ଜିଆରପିରୁ କମିସନରେଟ୍ ପୁଲିସ୍, ସୁଶାନ୍ତ ମିଶ୍ରଙ୍କୁ ଭିଜିଲାନ୍ସରୁ ଭଦ୍ରକ, ଭାଲେଣ୍ଟିନା ରାୟଙ୍କୁ ଭିଜିଲାନ୍ସରୁ ବ୍ରହ୍ମପୁର ଓ ଅକ୍ଷୟ କୁମାରା ନାୟକଙ୍କୁ କ୍ରାଇମବ୍ରାଞ୍ଚରୁ ବ୍ରହ୍ମପୁର ପୁଲିସ୍ ଜିଲ୍ଲାକୁ ବଦଳି କରାଯାଇଛି ।
ସବ୍ଇନ୍ସପେକ୍ଟର ପାହ୍ୟାରୁ ପଦୋନ୍ନତି ପାଇଥିବା ଇନ୍ସପେକ୍ଟର ଚମ୍ପାବତୀ ପଟ୍ଟାଙ୍କୁ କମିସନରେଟ୍ ପୁଲିସ୍ରୁ ରାଉରକେଲା, ଦୁର୍ଗାଚରଣ ପ୍ରଧାନଙ୍କୁ ଜିଆରପି ରାଉରକେଲାରୁ ଏସ୍ଆରପି କଟକ, ଚାରୁବାଳା ନନ୍ଦଙ୍କୁ କ୍ରାଇମବ୍ରାଞ୍ଚରୁ ଯାଜପୁର, ରିନାରାଣୀ ସାହୁଙ୍କୁ ନୟାଗଡ଼ ଓ ରଞ୍ଜନ କୁମାର ମାଝିଙ୍କୁ ନୟାଗଡ଼ରୁ ମାଲକାନଗିରି ପୁଲିସ୍ ଜିଲ୍ଲାକୁ ବଦଳି କରାଯାଇଛି । ସେହିପରି ସବ୍ଇନପେକ୍ଟର ପାହ୍ୟାରେ ମୋଟ ୩୯ ଜଣଙ୍କର ବଦଳି ହୋଇଛି ।










