ଘନ ଅନ୍ଧକାର ମଧ୍ୟରେ ପ୍ରଭୁଙ୍କର ଚାଲିଛି ଗୁପ୍ତନୀତି,ଅଣସର ତାଟି ସମ୍ମୁଖରେ ପୂଜା ପାଉଛନ୍ତି ପଟିଦିଅଁ

ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ଗାଧେଇବା ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଅସୁସ୍ଥତା କାରଣରୁ ଅଣସର ବାସରେ ଅଛନ୍ତି ମହାପ୍ରଭୁ । ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ଚାଲିଛି ଗୁପ୍ତନୀତି । ଶ୍ରୀଜୀଉଙ୍କୁ ସୁସ୍ଥ ହେବା ପାଇଁ ପଥି ଦିଆଯାଇଛି । ଅଣସର ବାସ ପିଣ୍ଡି ସମ୍ମୁଖରେ ଅଣସର ତାଟି ପଡିଛି । ଏହି ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିର ଅଣସର ତାଟି ସମ୍ମୁଖରେ ପଟିଦିଅଁ ବିଜେ କରିଛନ୍ତି ।ପରମ୍ପରା ଅନୁଯାୟୀ ଅସୁସ୍ଥତା କାରଣରୁ ଅଣସର ବାସରେ ଅଛନ୍ତି ମହାପ୍ରଭୁ । ପଟ୍ଟିଦିଅଁ ପୂଜା ଆରମ୍ଭ ହୋଇଛି। ଦଇତାପତି ସେବକମାନେ ଅଣସରଘରେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ଗୁପ୍ତସେବା କରୁଛନ୍ତି। ସେଠାରେ ପଣା ଓ ଚକଟା ଭୋଗ କରାଯିବ। ଅସୁସ୍ଥତା ଯୋଗୁଁ ପ୍ରଭୁ ଶୁକ୍ଳଫୁଲ ଏବଂ ସୂତାବସ୍ତ୍ର ପରିଧାନ କରିବେ। ଫୁଲୁରିତେଲ, ଦଶମୂଳ ମହୋଷଧି ଏବଂ ଖଳିଲାଗି କରାଯିବ।ଏହାପରେ ଶ୍ରୀଜୀଉ ସମ୍ପୂର୍ଣ୍ଣ ସୁସ୍ଥହୋଇ ଚକାବିଜେ କରିବେ। ପରେ ରାଜପ୍ରାସାଦ ବିଜେନୀତି ଅନୁଷ୍ଠିତ ହେବ। ସେବକମାନେ ପ୍ରଭୁଙ୍କ ସୁସ୍ଥହେବା ଖବର ଗଜପତି ମହାରାଜାଙ୍କୁ ଜଣାଇବେ। ଜୁନ୍ ୨୧ତାରିଖ ଅମାବାସ୍ୟା ତିଥିରେ ଦାରୁବ୍ରହ୍ମଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *