ଝାଡୁଧରି ସଲମାନ ଓ ବାନ୍ଧବୀ ଲୁଲିଆ ବାନ୍ତୁର ସହ ସଫା କଲେ ରାସ୍ତା
ମୁମ୍ବାଇ – ଏବେ କରୋନା ଯୋଗୁଁ ମୁମ୍ବାଇ ସହ ସମ୍ପୂର୍ଣ୍ଣ ମହାରାଷ୍ଟ୍ରରେ ଲକ୍ଡାଉନ୍ ଘୋଷଣା କରାଯାଇଛି । ମୁମ୍ବାଇରେ ବାତ୍ୟା ନିସର୍ଗ ସ୍ଥଳଭାଗ ଅତିକ୍ରମ କରିବା ପରେ ପନବେଲ୍ରେ ସଲମାନ୍ ରହୁଥିବା ଫାର୍ମ ହାଉସରେ କେତକ ଗଛ ଭାଙ୍ଗି ପଡିବା ସହ ଅନ୍ୟ ଜିନିଷ ଏଣେ ତେଣେ ପଡିଥିଲା ।ବାତ୍ୟାର ପ୍ରକୋପ ସରିବା ପରେ ଫାର୍ମ ଓ ତାକୁ ଲାଗିଥିବା ରାସ୍ତାକୁ ସଲମାନ ସଫା କରିଛନ୍ତି। ତାଙ୍କ ସହ ରହୁଥିବା ତାଙ୍କ ବାନ୍ଧବୀ ଲୁଲିଆ ବାନ୍ତୁର ମଧ୍ୟ ଝାଡୁ ଧରି ରାସ୍ତା ଓ ଫାର୍ମ ହାଉସ ସଫା କରୁଥିବା ଦେଖିବା ପାଇଁ ମିଳିଛି ।ସେ ସ୍ୱଚ୍ଛତାର ବାର୍ତ୍ତା ଦେବା ପାଇଁ ରାସ୍ତା ଓ ଫାର୍ମ ହାଉସ ସଫା କରୁଥିବ ସୂଚନା ମିଳିଛି । ବିଶ୍ୱ ପରିବେଶ ଦିବସ ଅବସରରେ ସେ ଏହି ଭିଡିଓକ ସେୟାର କରିଛନ୍ତି । ତାଙ୍କର କଥିତ ଗର୍ଲଫ୍ରେଣ୍ଡ ଲୁଲିଆ ବାନ୍ତୁରଙ୍କୁ ଏଥିରେ ଦେଖିବା ପାଇଁ ମିଳୁଛି ।
ରାସ୍ତା ଓ ଫାର୍ମା ହାଉସ ପରିସରରେ ପଡିଥିବା ଡାଳ ପତ୍ରକୁ ସେ ଏକ ଝାଡୁ ଧରି ଓଳାଇବା ସହ ସେ ସବୁକୁ ଏକାଠି କରି ଉଠାଉଛନ୍ତି । ତାଙ୍କ ସହ ଫାର୍ମ ହାଉସର କର୍ମଚାରୀମାନଙ୍କ ଦେଖିବା ପାଇଁ ମିଳୁଛି । ଏହି ଭିଡିଓରେ ସ୍ୱଚ୍ଛ ଭାରତ ଓ ଗ୍ଲୋବାଲଓ୍ୱାର୍ମିଂକୁ ହାସ୍ଟ୍ୟାଗ କରିଛନ୍ତି । ନିସର୍ଗ ଯୋଗୁଁ ଏହି ଫାର୍ମ ହାଉସ ପ୍ରଭାବିତ ହୋଇଛି ।
ସଲମାନ ଏବେ ପରବର୍ତ୍ତୀ ସିନେମା ରାଧାରେ ନଜର ଆସିବେ । ଏଥିରେ ତାଙ୍କ ସହ ଦିଶା ପଟ୍ଟାନି ଅଭିନୟ କରିଛନ୍ତି । ଏହା ଏକ ଆକ୍ସନ ଓ ଡ୍ରାମା ସିନେମା ।